କୋଲକାତା, ୧୯ ଏପ୍ରିଲ (ହି.ସ.)- ଶନିବାର ଦିନ ଜାତୀୟ ମହିଳା କମିଶନର ତଦନ୍ତ ଦଳ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ହିଂସା ପ୍ରଭାବିତ ବେତବୋନା ଅଂଚଳରେ ପହଂଚିଥିଲେ। ପୀଡିତା ମହିଳାମାନେ କମିଶନର ସଦସ୍ୟମାନଙ୍କୁ ଦେଖିବା ମାତ୍ରେ ସେମାନଙ୍କୁ କୁଣ୍ଢେଇ ପକାଇ ଖୁବ୍ ଜୋରରେ କାନ୍ଦିବାକୁ ଲାଗିଥିଲେ। ପୀଡିତା ମହିଳାମାନେ ସେମାନଙ୍କର ଯନ୍ତ୍ରଣା ପ୍ରକାଶ କରି କହିଛନ୍ତି ଯେ ସେମାନଙ୍କର ସବୁକିଛି ପୋଡ଼ି ପାଉଁଶ ହୋଇଯାଇଛି। ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ବିଜୟା ରହାଟକରଙ୍କ ନେତୃତ୍ୱରେ ଚାରି ଜଣିଆ ତଦନ୍ତ ଦଳ ଗଠିତ ହୋଇଛି।
ୱାକଫ ସଂଶୋଧନ ଆଇନକୁ ବିରୋଧ କରି ଗତ ଦୁଇ ସପ୍ତାହ ଧରି ମୁର୍ଶିଦାବାଦ ଜିଲ୍ଲାର ସୁଟି, ଧୂଲିଆନ୍ ଏବଂ ଶମଶେରଗଞ୍ଜ ଅଂଚଳରେ ହିଂସା ଦେଖାଦେଇଥିଲା। ପୋଡ଼ାଜଳା, ଭଙ୍ଗାରୁଜା ଏବଂ ଆକ୍ରମଣ ଘଟଣା ଶହ ଶହ ଲୋକଙ୍କୁ ବାସହୀନ କରିଦେଇଥିଲା। ଏହି ଘଟଣାଗୁଡ଼ିକ ପରେ, ବେତବୋନାରେ ରିଲିଫ୍ ଶିବିର ସ୍ଥାପନ କରାଯାଇଛି, ଯେଉଁଠାରେ ଅନେକ ପ୍ରଭାବିତ ପରିବାର ଆଶ୍ରୟ ନେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ