ନୂଆଦିଲ୍ଲୀ, 9 ମେ (ହି.ସ.)
- ଭାରତର ସେନା
କହିଛି ଯେ, ପାକିସ୍ତାନର ସଶସ୍ତ୍ର ବଳ ଗୁରୁବାର-ଶୁକ୍ରବାର ବିଳମ୍ବିତ ରାତିରେ ପୂରା ପଶ୍ଚିମ
ସୀମାରେ ଡ୍ରୋନ ଓ ଅନ୍ୟ ଅସ୍ତ୍ରଶସ୍ତ୍ରରେ ଅନେକ ଆକ୍ରମଣ କରିଛି । ଏହି ହମ୍ଲାକୁ ପ୍ରଭାବୀ
ଢଙ୍ଗରେ ବିଫଳ କରାଯାଇଛି । ଭାରତୀୟ ସେନାର ଏଡିଜି ଆଜି ସକାଳେ ତାଙ୍କ ୱପଚାରିକ ଏକ୍ସ ଆକାଉଂଟରେ
ଏହି ସୂଚନା ଦେଇଛନ୍ତି । ଏଥିରେ କୁହାଯାଇଛି ଯେ, ପାକିସ୍ତାନର ସୈନିକ ଜମ୍ମୁ କଶ୍ମୀରରେ
ନିୟନ୍ତ୍ରଣ ରେଖାରେ ଅସ୍ତ୍ର ବିରତିକୁ ଅନେକ ଥର ଉଲ୍ଲଂଘନ କରାଯାଇଛି ।
ଭାରତୀୟ ସେନାର ଏକ୍ସ ପୋଷ୍ଟରେ
କୁହାଯାଇଛି ଯେ ୦୮-୦୯ ମେ ମଧ୍ୟରାତ୍ରି ସମୟରେ ପାକିସ୍ତାନର ସଶସ୍ତ୍ରବହିନୀ ପଶ୍ଚିମ ସୀମାର
ସମଗ୍ର ଅଞ୍ଚଳରେ ଡ୍ରୋନ୍ ଓ ଅନ୍ୟାନ୍ୟ ଅସ୍ତ୍ର ବ୍ୟବହାର କରି ଅନେକ ଆକ୍ରମଣ କରିଥିଲେ।
ପାକିସ୍ତାନୀ ସେନା
ଜମ୍ମୁ-କାଶ୍ମୀରରେ ନିୟନ୍ତ୍ରଣ ରେଖା ଉପରେ ଅନେକଥର ସଂଘର୍ଷ ବିରତି ଉଲ୍ଲଂଘନ କରିଛି। ଡ୍ରୋନ୍
ଆକ୍ରମଣଗୁଡିକୁ କାର୍ଯ୍ୟକ୍ଷମ ଭାବରେ ବିଫଳ କରାଯାଇଥିଲା ଓ ସଂଘର୍ଷ ବିରତି ଉଲ୍ଲଂଘନକୁ
ମୁହଁତୋଡ଼ ଉତ୍ତର ଦିଆଯାଇଛି।
ଭାରତୀୟ ସେନା ଜାତିର
ସାର୍ଭଭୌମତ୍ୱ ଓ ଭୌଗୋଳିକ ଅଖଣ୍ଡତାକୁ ରକ୍ଷା କରିବା ପ୍ରତି ସଂକଳ୍ପବଦ୍ଧ। ସମସ୍ତ ଦୁଷ୍ଟ
ଉଦ୍ଦେଶ୍ୟକୁ ଦୃଢ଼ ଭାବରେ ମୁକାବିଲା କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା