ଜମ୍ମୁ, 9 ମେ (ହି.ସ.)
- ପାକିସ୍ତାନୀ
ପକ୍ଷରୁ ଜମ୍ମୁ କଶ୍ମୀରରେ ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ସୀମା ନିକଟ ସ୍ଥିତ ସାମରିକ
ଠିକଣାକୁ ଟାର୍ଗେଟ କରିବାଉ ଉଦ୍ୟମକୁ ଭାରତୀୟ ସେନା ସଂପୂର୍ଣ୍ଣ ଭାବେ ବିଫଳ କରିଛନ୍ତି ।
ନିୟନ୍ତ୍ରଣ ରେଖାରେ ଗୁଳିକାଣ୍ଡ ସହିତ ପାକିସ୍ତାନ ସ୍ୱାର୍ମ ଡ୍ରୋନ ଜରିଆରେ ସମ୍ବେଦନଶୀଳ
ସାମରିକ ଠିକଣାକୁ ଟାର୍ଗେଟ କରିଥିଲା କିନ୍ତୁ ସତର୍କ ସେନା ଓ ଅନ୍ୟ ସୁରକ୍ଷାବଳର ଜବାବୀ ରଣନୀତି
ସାମ୍ନାରେ ତାର ପ୍ରତି ପ୍ରହାରକୁ ବିଫଳ କରାଯାଇଛି । ଏହାରି ଭିତରେ ବାରମୂଳା ଜିଲ୍ଲାର ଉରିରେ
ପାକିସ୍ତାନ ଦ୍ୱାରା କରାଯାଇଥିବା ଗୁଳିକାଣ୍ଡରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ
ଆହତ ହୋଇଛି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା