ଭୁବନେଶ୍ୱର, 20 ଏପ୍ରିଲ (ହି.ସ.) - ଆଜି ସବୁ ଠାରୁ ବଡ଼ ବିରୋଧୀ ଦଳ ଭାବେ ବିଜେଡି ହୋଇଛି । ରାଜ୍ୟର ସ୍ୱାର୍ଥ ପ୍ରତି ବାଧା ହେଲେ, ଦାୟିତ୍ୱବାନ ବିରୋଧୀ ଦଳ ଭାବେ ପ୍ରତିହତ କରିବୁ ବୋଲି କହିଛନ୍ତି ବିରୋଧୀ ଦଳର ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ ।
ସେ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି, ରାଜନୀତିରେ ଥାଇ ଆମେ ସମାଜ, ରାଜ୍ୟ ଓ ରାଷ୍ଟ୍ରର କାମ କରୁଛୁ. କେବଳ ଦଳ କି ସଂଗଠନ କାର୍ଯ୍ୟ କରୁନୁ । ଦଳୀୟ ନୀତି ଅନୁସାରେ ଯାହା କାର୍ଯ୍ୟକ୍ରମ ଆଞ୍ଚଳିକ ଦଳ ଭାବେ ଗୃହୀତ ହୋଇଛି, ତାହା ରାଜ୍ୟ ଓ ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ କରୁଛୁ । ବିଜେଡି ସଭାପତି ସେହି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି. କାରଣ ଦଳ ଯେଉଁ ରାଜ୍ୟ ସ୍ୱାର୍ଥ ପାଇଁ କାମ କରୁଛି, ତାହା ସବୁ ନେତା ଓ କର୍ମୀ କରିବା କଥା. ବିଜେଡିର ସମ୍ବିଧାନ ପଢିଲେ ସବୁ ଜଣା ପଡିବ । ଆଜି ସବୁ ଠାରୁ ବଡ଼ ବିରୋଧୀ ଦଳ ଭାବେ ବିଜେଡି ହୋଇଛି । ରାଜ୍ୟର ସ୍ୱାର୍ଥ ପ୍ରତି ବାଧା ହେଲେ, ଦାୟିତ୍ୱବାନ ବିରୋଧୀ ଦଳ ଭାବେ ପ୍ରତିହତ କରିବୁ ।
ସେ କହିଛନ୍ତି ଯେ, ଶାସନରେ ଯାହା ଲକ୍ଷ୍ୟ ଥିଲା, ଆଜି ବି ବିରୋଧୀ ଦଳ ଭାବେ ସହି ଉଦ୍ଦେଶ୍ୟ. ଯାହା ରାଜ୍ୟର ବିକାଶ. ଆମ ଲଢେଇ ଜୋରଦାର ଚାଲିଛି. ଯିଏ ବି ଓଡ଼ିଶା କି ରାଜ୍ୟବାସୀଙ୍କ ସ୍ୱାର୍ଥ ବିରୋଧରେ କାମ କରିବ, ଆମେ ତାହା ବରଦାସ୍ତ କରିବୁ ନାହିଁ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ