ଉଚ୍ଚଶକ୍ତି ସମ୍ପର୍ଣ୍ଣ ବିଦ୍ୟୁତ୍ ତାର ତଳେ ଅର୍ଜୁନଡ଼ିହି ଗାଁ' ର ୬ ପରିବାର
ସମ୍ବଲପୁର, ୦୯ ମଇ (ହି.ସ.) - ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅର୍ଜୁନଡ଼ିହି ଗ୍ରାମରେ ଦେଖିବାକୁ ମିଳିଛି ବିଦ୍ୟୁତ ବିଭାଗର ଅତି ଖାମଖିଆଲି ନୀତି । ଏଇ ଗ୍ରାମର ଛଅ ଗୋଟି ପରିବାରଙ୍କ ଘର ଛାତ ଠାରୁ ମାତ୍ର ଏକ ଫୁଟ ଉପରେ ୧୧ କେଭି ବିଦ୍ୟୁତ ପ୍ରବାହିତ ହେଉଥିବାରୁ, ପ୍ରତ୍ୟେକ ଦିନ ଭୟରେ ରହୁଛନ୍ତି ସ
ଉଚ୍ଚଶକ୍ତି ସମ୍ପର୍ଣ୍ଣ ବିଦ୍ୟୁତ୍ ତାର ତଳେ  ଅର୍ଜୁନଡ଼ିହି ଗାଁ' ର ୬ ପରିବାର


ଉଚ୍ଚଶକ୍ତି ସମ୍ପର୍ଣ୍ଣ ବିଦ୍ୟୁତ୍ ତାର ତଳେ  ଅର୍ଜୁନଡ଼ିହି ଗାଁ' ର ୬ ପରିବାର


ସମ୍ବଲପୁର, ୦୯ ମଇ (ହି.ସ.) - ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅର୍ଜୁନଡ଼ିହି ଗ୍ରାମରେ ଦେଖିବାକୁ ମିଳିଛି ବିଦ୍ୟୁତ ବିଭାଗର ଅତି ଖାମଖିଆଲି ନୀତି । ଏଇ ଗ୍ରାମର ଛଅ ଗୋଟି ପରିବାରଙ୍କ ଘର ଛାତ ଠାରୁ ମାତ୍ର ଏକ ଫୁଟ ଉପରେ ୧୧ କେଭି ବିଦ୍ୟୁତ ପ୍ରବାହିତ ହେଉଥିବାରୁ, ପ୍ରତ୍ୟେକ ଦିନ ଭୟରେ ରହୁଛନ୍ତି ସମ୍ପୃକ୍ତ ପରିବାର । ଆଗକୁ ବର୍ଷା ଋତୁ ସାଙ୍ଗକୁ ବର୍ତମାନର କାଳବୈଶାଖିରେ କେତେବେଳେ ଯେ କଣ ଅଘଟଣ ଘଟିଯିବ ଏଇ ଚିନ୍ତାରେ ପରିବାର ଲୋକେ ଆତଙ୍କିତ । ଏ ନେଇ ଗ୍ରାମବାସୀ ଜିଲ୍ଲାପାଳ ସମେତ ବିଦ୍ୟୁତ ବିଭାଗ ଏସଡ଼ିଓ, କନିଷ୍ଠ ଯନ୍ତ୍ରୀଙ୍କୁ ବିଦ୍ୟୁତ ତାର ସ୍ଥାନାନ୍ତର ପାଈଁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳୁନଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ଏନେଇ ବିଦ୍ୟୁତ ଭିଭାଗ ଏସଡ଼ିଓ ଏବଂ କନିଷ୍ଠ ଯନ୍ତ୍ରୀ ଜୟନ୍ତ ପଟେଲଙ୍କୁ ଯୋଗାଯୋଗ କରିବାରୁ ବିଦ୍ୟୁତ ତାର ସ୍ଥାନାନ୍ତର ପାଈଁ ବିଳମ୍ବ ହେବ କିନ୍ତୁ ସମସ୍ୟା ରେ ଅସ୍ଥାୟୀ ସମାଧାନ ଏଇ ଆଠ ଦିନ ଭିତରେ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande