ମାଟିତଳେ ତୈଳ କୂପ ରହିଥିବା ଆଶଙ୍କା, ପ୍ରଶାସନିକ ଯାଂଚ ଆରମ୍ଭ
ଭଦ୍ରକ, ୨୨ ଅପ୍ରେଲ (ହି.ସ.) - ଏହି ଜିଲ୍ଲାର ଭଦ୍ରକ ବ୍ଲକ୍ ଖଣ୍ଡତଡ଼ା ପଂଚାୟତ ପରିସରରେ ଏକ ନିର୍ମାଣ କାର୍ଯ୍ୟ ପାଇଁ ମାଟି ଖୋଳା ହେଉଥିବା ବେଳେ ସମତଳ ଠାରୁ ପ୍ରାୟ ୧୦/୧୫ ଫୁଟ ତଳେ ତୈଳ କୂପ ରହିଥିବା ଭଳି ଅଭାବନୀୟ ଆଶଙ୍କା ଦେଖାଦେଇଛି। ମାଟିତଳୁ ମିଳିଥିବା କଳା ରଙ୍ଗ ମାଟିରୁ କେବଳ ତୈଳ ଗନ୍ଧ ବାହାରୁ
MATI TALE TAILA KUPA ASANKA, PRASSANIK JANCH


ଭଦ୍ରକ, ୨୨ ଅପ୍ରେଲ (ହି.ସ.) - ଏହି ଜିଲ୍ଲାର ଭଦ୍ରକ ବ୍ଲକ୍ ଖଣ୍ଡତଡ଼ା ପଂଚାୟତ ପରିସରରେ ଏକ ନିର୍ମାଣ କାର୍ଯ୍ୟ ପାଇଁ ମାଟି ଖୋଳା ହେଉଥିବା ବେଳେ ସମତଳ ଠାରୁ ପ୍ରାୟ ୧୦/୧୫ ଫୁଟ ତଳେ ତୈଳ କୂପ ରହିଥିବା ଭଳି ଅଭାବନୀୟ ଆଶଙ୍କା ଦେଖାଦେଇଛି। ମାଟିତଳୁ ମିଳିଥିବା କଳା ରଙ୍ଗ ମାଟିରୁ କେବଳ ତୈଳ ଗନ୍ଧ ବାହାରୁଛି ତା ନୁହେଁ ଏଥିରେ ଅଗ୍ନି ସଂଯୋଗ କଲେ ମାଟି ଜଳି ଉଠୁଛି । ଏଭଳି ଏକ ଅପ୍ରତ୍ୟାସିତ ଘଟଣା କୁ ନେଇ ପୁରା ପଂଚାୟତରେ ଆଲୋଡନ । ଘଟଣାର ସତ୍ୟତା ଜାଣିବା ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି ଡାଇରେକ୍ଟର ଅଫ ମାଇନ୍ସ ଘଟଣା ସ୍ଥଳରେ ପହଁଚି ଛାନ ଭିନ ଆରମ୍ଭ କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ସାହ ଦେଖାଦେଇଛି । ଭଦ୍ରକ ବ୍ଲକ ଖଣ୍ଡତଡା ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ନୂଆ ନିର୍ମାଣ ପାଇଁ ବୋରିଂମେସିନ ଜରିଆରେ ମାଟି ଖୋଳା ଚାଲିଥିଲା । ତେବେ ଶେଷ ଲେୟାର ଖୋଳା ଚାଲିଥିବା ବେଳେ ସେଥିରୁ କଳା ରଙ୍ଗ ଏବଂ ପେଟ୍ରୋ କେମିକାଲ ବାସ୍ନା ଯୁକ୍ତ ମାଟି ବାହାରିଥିଲା । ଏଭଳି ଏକ ଅସ୍ୱାଭାବିକ ଘଟଣା ଦେଖି ବୋରିଂ ସ୍ଥଳରେ ଜନ ଗହଳି ଲାଗିଥିଲା । ଗ୍ରାମବାସୀଙ୍କ କହିବା ଅନୁଯାଇ ଏହି ତୈଳ ମିଶା ମାଟିଳୁ ବୋତଲରେ ପୁରାଇ ରଖି ଦିଆ ଯାଇଥିବା ବେଳେ ସଂରକ୍ଷଣ ର ୨୪ ଘଂଟା ପରେ ମଧ୍ୟ ବୋତଲରୁ କିରୋସିନ ବାସ୍ନା ବାହାରୁ ଥିବା ବେଳେ ଏଥିରେ ଅଗ୍ନି ସଂଯୋଗ କଲେ ତାହା ଜଳି ଉଠୁଛି । ଏଥିରୁ ଯାହା ଜଣାପଡୁଛି ଏଠାରେ ପେଟ୍ରୋଲିୟମ ଜାତ ସାମଗ୍ରୀର ଏକ ତୈଳ କୂପ ରହିଛି । ତେବେ ଏଠାରେ ଯଦି ପ୍ରକୃତପକ୍ଷେ ମାଟିତଳେ ତେଲ ଖଣି ଥିବ ତେବେ ପଂଚାୟତ ବାସୀଙ୍କ ଭାଗ୍ୟ ବଦଳିଯିବ ବୋଲି ଗ୍ରାମବାସୀ କହିଛନ୍ତି । ଖଣ୍ଡତଡା ପଂଚାୟତ ରେ ମାଟିତଳେ ପେଟ୍ରୋ କେମିକାଲ ସାମଗ୍ରୀ ରହିଥିବା ଖବର ପାଇ ଏହାର ସତ୍ୟା ସତ୍ୟ ଯାଂଚ କରିବାକୁ ଘଟଣା ସ୍ଥଳକୁ ଡେପୁଟି ଡାଇରେକ୍ଟର ଅଫ ମାଇନ୍ସ ଙ୍କୁ ପଠାଯାଇଛି । ଆବଶ୍ୟକ ପଡିଲେ ଏହି ମାଟିର ନମୁନା ରାଜ୍ୟ ଭୁତତ୍ୱ ବିଭାଗକୁ ଆବଶ୍ୟକ ପରୀକ୍ଷା ନିରୀକ୍ଷା ପାଇଁ ପଠାଆଯିବ ବୋଲି ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି । ପରୀକ୍ଷାଗାରରେ ଏହା ସତ୍ୟ ପ୍ରମାଣିତ ହେଲେ ଦେଶରେ ତୈଳ ଉତୋଳନ କରୁଥିବା ଓଏନଜିସି ଭଳି ରାଷ୍ଟ୍ରୀୟ କମ୍ପାନୀଙ୍କୁ ଏହାର ସର୍ବେକ୍ଷଣ ପାଇଁ ଡ଼କାଯିବ ବୋଲି ଜିଲ୍ଲପାଳ କହିଛନ୍ତି । ସେହିଭଳି ଏହା ସତ ପ୍ରମାଣିତ ହେଲେ ଏହା ଭଦ୍ରକ ଜିଲ୍ଲା ବାସୀଙ୍କପାଇଁ ଏକ ଖୁସି ଖବର ସାବ୍ୟସ୍ତ ହେବ ବୋଲି ଜିଲ୍ଲପାଳ କହିଛନ୍ତି । ତେବେ ଘଟଣା ସତ ହେଉକି ମିଛ ମାଟିତଳେ ତେଲ ଖଣି ବାହାରିଥିବା ନେଇ କେବଳ ଖଣ୍ଡତଡା ପଂଚାୟତ ନୁହେଁ ଭଦ୍ରକ ଜିଲ୍ଲାରେ ଏହାର ବହୁଳ ଚର୍ଚ୍ଚା ପରିଲିକ୍ଷିତ ହୋଇଛି । ଲୋକଙ୍କ କହିବା କଥା ପ୍ରଶାସନ ଏଭଳି ଏକ ଖବର କୁ ହାଲୁକା ଭାବେ ନନେଇ ଏଥିନେଇ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande