ରାଜ୍ୟରେ ରୌଦ୍ରତାପଜନିତ ଅସୁସ୍ଥ 66 ଜଣ
Bhubneshwar, 23 ଏପ୍ରିଲ୍ (ହି.ସ.) ଭୁବନେଶ୍ୱର, 23 ଏପ୍ରିଲ- ରାଜ୍ୟରେ ଏ ଯାଏଁ ହିଟ ଷ୍ଟ୍ରୋକ ରୋଗୀ କେହି ନାହାନ୍ତି କି ମୃତ୍ୟୁ ହୋଇନି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ସେ କହିଛନ୍ତି ଯେ, 66 ଜଣ ରୌଦ୍ରତାପଜନିତ ଅସୁସ୍ଥତା ଯୋ
ରାଜ୍ୟରେ ରୌଦ୍ରତାପଜନିତ     ଅସୁସ୍ଥ 66 ଜଣ


Bhubneshwar, 23 ଏପ୍ରିଲ୍ (ହି.ସ.)

ଭୁବନେଶ୍ୱର, 23 ଏପ୍ରିଲ- ରାଜ୍ୟରେ ଏ ଯାଏଁ ହିଟ ଷ୍ଟ୍ରୋକ

ରୋଗୀ କେହି ନାହାନ୍ତି କି ମୃତ୍ୟୁ ହୋଇନି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ନୀଳକଣ୍ଠ ମିଶ୍ର । ସେ କହିଛନ୍ତି ଯେ, 66 ଜଣ ରୌଦ୍ରତାପଜନିତ ଅସୁସ୍ଥତା ଯୋଗୁଁ ବିଭିନ୍ନ

ହସ୍ପିଟାଲରେ ଚିକିତ୍ସା ହୋଇ ଫେରିଛନ୍ତି ।

ଟିଟିଲାଗଡ଼ର ଜଣଙ୍କ

ମୃତ୍ୟୁ ନେଇ ଖବର ଆସିଥିଲା । ମାତ୍ର

ଯୁଗ୍ମ ତଦନ୍ତରୁ ଜଣାପଡିଲା ଯେ ସେ ହାର୍ଟ ଆଟାକରେ ମରିଛନ୍ତି । ଗ୍ରୀଷ୍ମ ପ୍ରବାହ ନେଇ ଲୋକଙ୍କୁ ସତର୍କ କରାଯାଉଛି । ସ୍କୁଲ ବନ୍ଦ ହୋଇଛି । ଛତା

ନେଇ ବାହାରକୁ ଯିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏହାସହିତ ସକାଳ 10 ରୁ 3 ଯାଏଁ ଘରୁ

ବାହାରନ୍ତୁ ନାହିଁ ।

ଗୁରୁତର ରୋଗୀଙ୍କ ଅଧିକ ଯତ୍ନ ନିଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଅଂଶୁଘାତ ପାଇଁ ଜିଲ୍ଲାସ୍ତରୀୟ ହସ୍ପିଟାଲରେ 6 ଟି, ସବଡ଼ିଭିଜନ ସ୍ତରୀୟ

ମେଡିକାଲରେ 4 ଟି ସିଏଚସିରେ 2 ଟି ବେଡ଼

ପ୍ରସ୍ତୁତ ରଖାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande