ଜୟପୁର, ୨୩ ଏପ୍ରିଲ୍ (ହି.ସ.) - ନବ ନିର୍ବାଚିତ ଜୟପୁର ନିର୍ମାଣ ଶ୍ରମିକ ମିଳିତ ସଂଘ କର୍ମକର୍ତାଙ୍କ ଶପଥ ପାଠ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ସଂଘ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘର ନିର୍ବାଚନ ଅଧିକାରୀ ଆଇନଜୀବୀ ରାଜେନ୍ଦ୍ର କୁମାର ଗୌଡ଼ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଏଥିରେ ସଭାପତି -ବାଲା ରାୟ, କାର୍ଯ୍ୟକାରୀ ସଭାପତି -ପ୍ରବୀର କୁମାର ମହାନ୍ତି , ଉପସଭାପତି - ସଞ୍ଜୀବ ଶଗରିଆ ଓ ଲବ ସାହୁ , ସାଧାରଣ ସଂପାଦକ - ପ୍ରେମ ମୋହନ ବାଘ, ଯୁଗ୍ମ ସଂପାଦକ ସୁରେନ୍ଦ୍ର ନାଥ ସାହୁ, ସହ ସଂପାଦକ ପୀତବାସ ଖରା, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ, ସହ କୋଷାଧ୍ୟକ୍ଷ ପତିରାମ୍ ଖରା, ଉପଦେଷ୍ଟା ଉମାକାନ୍ତ ସାହୁ, କାର୍ଯ୍ୟ କାରିଣୀ ସଭ୍ୟ ଭାବେ ଲକ୍ଷ୍ମଣ ନାୟକ, ସନ୍ତୋଷ କୁମାର ସାହୁ ,ଜଗା ହିଆଲ୍ , ଋତୁପର୍ଣ୍ଣ ସାହୁ, ଟୁନା ସାହୁ, ଅର୍ଜୁନ ହରିଜନ, ଉଦୟ ନାଥ ସାହୁ,ସୁକାନ୍ତି ନାଗ, ସୁନୀତା କଚିମ୍ ପ୍ରମୁଖ ଶପଥ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ସୁବାଷ ବୋଷ ପେଇଂଟର ସଂଘ ପକ୍ଷରୁ ସଭାପତି ଅମିୟ ହରିଜନ, ପ୍ରବୀଣ ଖରା, ନାଗେଶ କନ୍ଦପାନ୍ ପ୍ରମୁଖ ଉପସ୍ଥିତ ରହିଥିଲେ ।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପିକେପି