ସମ୍ବଲପୁରରେ ଅଂଶୁଘାତ ଜନିତ ମୃତ୍ଯୁ ଅଭିଯୋଗ
ସମ୍ବଲପୁରରେ ଅଂଶୁଘାତ ଜନିତ ମୃତ୍ଯୁ ଅଭିଯୋଗ
ସମ୍ବଲପୁରରେ ଅଂଶୁଘାତ ଜନିତ ମୃତ୍ଯୁ ଅଭିଯୋଗ


ସମ୍ବଲପୁର, ୨୩ ଏପ୍ରିଲ୍ (ହି.ସ.) ସମ୍ବଲପୁର ଜିଲ୍ଲାରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ରେଙ୍ଗାଲି ମାଉଲି ନଗରର ରାଜୁ ଖଣ୍ଡେକରଙ୍କ ୨୯ ବର୍ଷିୟ ପୁଅ ଅନିଲ ଖଣ୍ଡେକରଙ୍କ ଅଶଂଘାତରେ ମୃତ୍ୟୁବରଣ ଘଟିଥିବା ନେଇ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଅନିଲ ଗତ ୨୦ ତାରିଖ ରବିବାର ଦିନ ୧୧ଟା ସମୟରେ ଘରୁ ରେଙ୍ଗାଲି ବଜାରକୁ କିଛି ଜିନିଷ କିଣିବାକୁ ଯାଇ ଅପରାହ୍ନ ୨ଟା ବେଳେ ଘରକୁ ଫେରିଥିଲେ । ମାତ୍ର ଖରାରେ ଯିବା ଆସିବା କରି ସେ ଅସୁସ୍ଥ ଅନୁଭବ କରୁଥିବା କହିବାରୁ ପରିବାର ଲୋକେ ପାଣି ପିଆଇ ଆରାମ କରିବାକୁ ପରାମର୍ଶ ଦେଇଥିଲେ। ମାତ୍ର

ପରେ ତାଙ୍କ ଦେହର ଉଷ୍ମତା ବଢିବା ପରେ ଅପରାହ୍ନ ୫ଟା ବେଳେ ମୃତ୍ୟୁବରଣ କରିଥିଲେ। ରବିବାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତରେ ଅନିଲଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଜିଲ୍ଲା ପ୍ରଶାସନ ନିକଟରେ ଏନେଇ କୌଣସି ଖବର ନାହିଁ। ଘରର ରୋଜଗାରିଆ ପୁଅର ଅକାଳ ବିୟୋଗରେ ପରିବାର ଲୋକେ ଏକରକମର ଭାଙ୍ଗି ପଡିଛନ୍ତି। ଅନିଲଙ୍କ ପରିବାର ଅତ୍ଯନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ତାଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande