ଭଦ୍ରକ, ୨୩ ଅପ୍ରେଲ (ହି.ସ.) - ଗତକାଲି ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ଅନନ୍ତନାଗ ଜିଲାର ପହଲଗାମ ଠାରେ ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳିକରି ନୃସିଂହ ଭାବେ ହତ୍ୟା କରିଛନ୍ତି । ତେବେ ଏହି ଜଘନ୍ୟ ଆକ୍ରମଣକୁ ଦୃଢ ନିନ୍ଦା କରି ମୃତ୍ୟୁବରଣ କରିଥିବା ଅମର ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଆଜି ଭଦ୍ରକ ବିଜେଡି ଓ ସିଆଇଟିୟୁ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏଥି ସହର ପରିକ୍ରମା କରିଥିଲା । ଏଥିରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ,ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଭଦ୍ରକ ଜିଲ୍ଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ,ସଦର ବ୍ଲକ ଅଧକ୍ଷା ଉର୍ମିଳା ନାୟକ, ସଦର ପୌରପାଳିକା ଚେୟାରମ୍ୟାନ ଗୁଲମକ୍କୀ ହବିବ,ରାକେଶ ପଣ୍ଡା, ପୂର୍ବତନ କାଉନ୍ସିଲର ଟିକି ବଳ ,ସିଆଇଟିୟୁ ପକ୍ଷରୁ ଦିବ୍ୟ ସିଂହ ନାୟକ, ପ୍ରଫୁଲ୍ଲ ପାଢ଼ୀ, ବିଷ୍ଣୁ ଦାଶ, ମଳୟ ଭୋଇ, ସେକ୍ କମ,ର୍ କାଲୁ, ବସନ୍ତ ସାହୁ, ଗଣେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ