ଭୁବନେଶ୍ୱର, 23 ଏପ୍ରିଲ୍ (ହି.ସ.)
- ରାଜ୍ୟରେ ଏ
ଯାଏଁ ହିଟ ଷ୍ଟ୍ରୋକ ରୋଗୀ କେହି ନାହାନ୍ତି କି ମୃତ୍ୟୁ ହୋଇନି ବୋଲି ସୂଚନା ଦେଇଛନ୍ତି
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ସେ କହିଛନ୍ତି ଯେ, 66 ଜଣ
ରୌଦ୍ରତାପଜନିତ ଅସୁସ୍ଥତା ଯୋଗୁଁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହୋଇ ଫେରିଛନ୍ତି ।
ଟିଟିଲାଗଡ଼ର ଜଣଙ୍କ
ମୃତ୍ୟୁ ନେଇ ଖବର ଆସିଥିଲା । ମାତ୍ର ଯୁଗ୍ମ ତଦନ୍ତରୁ ଜଣାପଡିଲା ଯେ ସେ ହାର୍ଟ ଆଟାକରେ
ମରିଛନ୍ତି । ଗ୍ରୀଷ୍ମ ପ୍ରବାହ ନେଇ ଲୋକଙ୍କୁ ସତର୍କ କରାଯାଉଛି । ସ୍କୁଲ ବନ୍ଦ ହୋଇଛି । ଛତା
ନେଇ ବାହାରକୁ ଯିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏହାସହିତ ସକାଳ 10 ରୁ 3 ଯାଏଁ ଘରୁ
ବାହାରନ୍ତୁ ନାହିଁ । ଗୁରୁତର ରୋଗୀଙ୍କ ଅଧିକ ଯତ୍ନ ନିଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଅଂଶୁଘାତ ପାଇଁ ଜିଲ୍ଲାସ୍ତରୀୟ ହସ୍ପିଟାଲରେ 6 ଟି, ସବଡ଼ିଭିଜନ ସ୍ତରୀୟ ମେଡିକାଲରେ 4 ଟି ସିଏଚସିରେ 2 ଟି ବେଡ଼ ପ୍ରସ୍ତୁତ ରଖାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା