ମାଓବାଦୀଙ୍କ ସହ ହୋଇପାରେ ସବୁଠାରୁ ବଡ ଧରଣର ଗୁଳି ବିନିମୟ କାରେଗୁଟା ଜଙ୍ଗଲ ଲୁଚି ରହିଛନ୍ତି ଶତାଧିକ ମାଓବାଦୀ ସୁରକ୍ଷା ବାହିନୀ ପକ୍ଷରୁ ଉଡୁଛି ଡ୍ରୋନ ଓ ହେଲିକ୍ୟାପ୍ଟର
ମାଲକାନଗିରି, ୨୩ ଅପ୍ରେଲ(ହି.ସ.) – ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ଅନ୍ତର୍ଗତ କାରେଗୁଟା ପାହାଡ଼ ଅଂଚଳରେ ଶତାଧିକ ମାଓବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ଅଂଚଳରେ ସିଆରପିଏଫ ବାହିନୀ ପକ୍ଷରୁ ହେଲିକ୍ୟାପ୍ଟର ଓ ଡ୍ରୋନ ଯୋଗେ ନଜର ରଖିବା ସହ ତଲାସି ଅଭିଯାନକୁ ବଢା
ମାଓବାଦୀଙ୍କ ସହ ହୋଇପାରେ ସବୁଠାରୁ ବଡ ଧରଣର ଗୁଳି ବିନିମୟ, କାରେଗୁଟା ଜଙ୍ଗଲ ଲୁଚି ରହିଛନ୍ତି ଶତାଧିକ ମାଓବାଦୀ, ସୁରକ୍ଷା ବାହିନୀ ପକ୍ଷରୁ ଉଡୁଛି ଡ୍ରୋନ ଓ ହେଲିକ୍ୟାପ୍ଟର


ମାଲକାନଗିରି, ୨୩ ଅପ୍ରେଲ(ହି.ସ.) – ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ଅନ୍ତର୍ଗତ କାରେଗୁଟା ପାହାଡ଼ ଅଂଚଳରେ ଶତାଧିକ ମାଓବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ଅଂଚଳରେ ସିଆରପିଏଫ ବାହିନୀ ପକ୍ଷରୁ ହେଲିକ୍ୟାପ୍ଟର ଓ ଡ୍ରୋନ ଯୋଗେ ନଜର ରଖିବା ସହ ତଲାସି ଅଭିଯାନକୁ ବଢାଇ ଦିଆଯାଇଛି। ସୂଚନା ଅନୁଯାୟୀ ଛତିଶଗଡ ଓ ତେଲେଙ୍ଗାନା ରାଜ୍ୟର ଶତାଧିକ ମାଓବାଦୀ କାରେଗୁଟା ଜଙ୍ଗଲ ଓ ପାହାଡ ମଧ୍ୟରେ ଲୁଚି ବଡ ଧରଣର ଯୋଜନା କରୁଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ମୁଲୁଗୁ ଜିଲ୍ଲାର ଭେଙ୍କଟପୁରମ ଏବଂ ୱାଜେଡୁ ଅଂଚଳରେ ସୁରକ୍ଷା ବାହିନୀକୁ ପୂର୍ବରୁ ମୁତୟନ କରାଯାଇଛି। ସେହିପରି ତେଲେଙ୍ଗାନା ଏବଂ ଛତିଶଗଡ଼ ରାଜ୍ୟରୁ ପ୍ରାୟ ୧୦,୦୦୦ ଅଧିକ ସୁରକ୍ଷା ବାହିନୀ କାରେଗୁଟା ଠାରେ ନିୟୋଜିତ ହୋଇଛନ୍ତି। ଏହା ସହ ଡ୍ରୋନ ଓ ହେଲିକ୍ୟାପ୍ଟର ଯୋଗେ ଅଂଚଳ ଉପରେ ନଜର ରଖାଯାଇଛି। ଯଦି ସୁରକ୍ଷା ବାହିନୀ ଦ୍ୱାରା ଅଂଚଳରେ ଏନକାଉଂଟର ହୁଏ ତେବେ ଏହା ଦେଶର ସବୁଠାରୁ ବଡ ଏନକାଉଂଟର ହେବ ବୋଲି ଅନୁମାନ କରାଯାଉଛି। କାରଣ ଜଙ୍ଗଲ ମଧ୍ୟରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ମାଓବାଦୀ ଥିବା ଅନୁମାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସିଆର୍‌ପିଏଫ୍ ଡିଜି ଏବଂ ଅନ୍ୟ ସାଥି ଅଧିକାରୀ କାରେଗୁଟା ପାହାଡ଼ ଅଂଚଳରେ ପହଂଚିଛନ୍ତି। ତେବେ ଅଂଚଳରେ ରହୁଥିବା ଗାଁ ଲୋକେ ଧୂପଦୀପ ଜାଳି ସୁରକ୍ଷା କାମନା କରୁଛନ୍ତି। କରେଗୁଟା ପାହାଡ଼ ଅଂଚଳରେ ପାଟ୍ରୋଲିଂ ଏବଂ ସର୍ଚ୍ଚ ଅପରେସନ ହେଉଥିବା ସୂଚନା ପାଇବା ପରେ ମାଓବାଦୀଙ୍କ ପିଏଲଜିଏ କମାଣ୍ଡର ହିଡମା ଅନ୍ୟ ସାଥିଙ୍କ ସହିତ ଏକ ସୁରକ୍ଷିତ ଅଂଚଳକୁ ଚାଲିଯାଇଥିବା କୁହାଯାଉଛି।

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande