ରାଜ୍ୟସ୍ତରୀୟ ଶ୍ରମିକ ଦିବସ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 1 ମେ (ହି.ସ.) - ଅନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓୟୁଏଟି କୃଷି ଶିକ୍ଷା ସଦନରେ ଆୟୋଜିତ ହୋଇଛି ସ୍ଵତନ୍ତ୍ର କାର୍ଯ୍ୟକ୍ରମ । ଏହି ଅବସରରେ ଓଡ଼ିଶା ଶ୍ରମିକ ସାଥୀ ମୋବାଇଲ ଆପର ଲୋକାର୍
ରାଜ୍ୟସ୍ତରୀୟ ଶ୍ରମିକ     ଦିବସ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 1 ମେ (ହି.ସ.)

- ଅନ୍ତର୍ଜାତୀୟ

ଶ୍ରମିକ ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଓୟୁଏଟି କୃଷି ଶିକ୍ଷା ସଦନରେ ଆୟୋଜିତ ହୋଇଛି ସ୍ଵତନ୍ତ୍ର କାର୍ଯ୍ୟକ୍ରମ । ଏହି ଅବସରରେ ଓଡ଼ିଶା

ଶ୍ରମିକ ସାଥୀ ମୋବାଇଲ ଆପର ଲୋକାର୍ପଣ କରିବେ

ସିଏମ । ବିଭିନ୍ନ କଲ୍ୟାଣ ବୋର୍ଡ ଜରିଆରେ 50 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସହାୟତା ରାଶି ବଣ୍ଟନ କରିବେ ରାଜ୍ୟ ସରକାର । ଏହାସହ

ଭୁବନେଶ୍ଵରର ଡୁମୁଡୁମା ଓ କଳ୍ପନା ଛକରେ ଶ୍ରମିକ ପ୍ରତୀକ୍ଷା କେନ୍ଦ୍ରର ଲୋକାର୍ପଣ କରିବେ

ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଭୁବନେଶ୍ବର

ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ବିଧାୟକ ବାବୁ ସିଂ ଏବଂ ବିଏମସି

ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ରହିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande