ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଭିନ୍ନ ଯୋଜନା ଉପରେ ଗୁରୁତ୍ୱାରୋପ
ଖୋର୍ଦ୍ଧା, ୨୩ ଏପ୍ରିଲ୍ (ହି.ସ.) - ବୁଧବାର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ଜିଲ୍ଲା ମୁଖ୍ୟ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଯୋଗ ଦେଇ ବୈଠକ ସଂଚାଳନ କରିଥିଲେ । ଉ
ବେଗୁନିଆ


ଖୋର୍ଦ୍ଧା, ୨୩ ଏପ୍ରିଲ୍ (ହି.ସ.) - ବୁଧବାର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ଜିଲ୍ଲା ମୁଖ୍ୟ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଯୋଗ ଦେଇ ବୈଠକ ସଂଚାଳନ କରିଥିଲେ । ଉକ୍ତ ବୈଠକରେ ସି ଡି ଏମ ଓ, ଡାକ୍ତର ରାଜଶ୍ରୀ ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ଅଧିକ୍ଷଣ ଯନ୍ତ୍ରୀ ରଶ୍ମିତା ଦାସ, ବୋଲୋଗଡ ଓ ବେଗୁନିଆ ବି ଡି ଓ, ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ,ଲାଇନ ଡିପାର୍ଟମେଂଟ ଅଧିକାରୀ ଯୋଗଦେଇଥିଲେ । ରାଜ୍ୟସରକାରଙ୍କ ପକ୍ଷରୁ ଚାଲୁରହିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ଅଗ୍ରଗତି ନେଇ ଆଲୋଚନା କରାଯାଇଥିଲା । ଏହି ବୈଠକ ବିଧାୟକଙ୍କ ଦ୍ୱିତୀୟ ବୈଠକ ହୋଇଥିବାରୁ ବିଧାୟକ ପ୍ରଥମ ବୈଠକର ପ୍ରସ୍ତାବ କାର୍ଯ୍ୟକାରିତା ଉପରେ ଅଧିକାରୀ ମାନଙ୍କୁ ପଚାରି ବୁଝିବା ସହ ଯେଉଁ କାର୍ଯ୍ୟ ଗୁଡ଼ିକ କୌଣସି ସମସ୍ୟା ପାଇଁ ଅଟକି ରହିଛି ସେଗୁଡ଼ିକର ବି ଡି ଓ ଜନପ୍ରତିନିଧି ମାନଙ୍କ ସହ ଆଲୋଚନା କରି ପ୍ରକଳ୍ପ କାର୍ଯ୍ୟ ଆଗେଇ ନେବାକୁ କହିଥିଲେ । ବର୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବାରୁ ବିଧାୟକ ଜଳକ୍ଳିଷ୍ଟ ଅଂଚଳ ମାନଙ୍କରେ ଜଳର ସମସ୍ୟା ତୁରନ୍ତ ଦୂର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୋଲଗଡ଼ ଓ ବେଗୁନିଆ ଅଂଚଳରେ ମାଟିତଳ ଓ ଭୁଗର୍ଭ ଜଳ ନିମ୍ନଗାମୀ ହେଉଥିବାରୁ,ଉଭୟ ବ୍ଲକରେ ଭୂତଳ ଜଳ, ମାଟି ଉପରଜଳ ଓ ବର୍ଷା ଜଳକୁ ସୁ ବିନିଯୋଗ ପାଇଁ ବ୍ୟାପକ ପୋଖରୀ ଖୋଳିବା, ବୃକ୍ଷରୋପଣ କରିବା , ବର୍ଷା ଜଳକୁ ଅମଳ ତଥା ସଂଗ୍ରହ କରିବା ଆଦି କାର୍ଯ୍ୟ କରି ଲୋକମାନଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବାକୁ । ସେହିପରି ଡାଳୁଆ ଧାନ ଚାଷ ପାଇଁ ପାଣି ବ୍ୟବସ୍ଥା କରିବା, ଉଠା ଜଳସେଚନ ପଏଂଟ ଓ ପାଣି ପଂଚାୟତ ଦ୍ୱାରା କ୍ଷେତକୁ ସବୁଜିମା କରିବା, ବିଜୁଳି ଆଲୋକ ନିମ୍ନ ଭୋଲ୍େଟଜ ଦୂର କରିବା, ପୋଖରି ଖୋଳା ଓ ମତ୍ସ୍ୟ ଚାଷକୁ ଗୁରୁତ୍ୱ ଦେବା ସହ ଯେଉଁ ପଂଚାୟତ ମାନଙ୍କରେ ମହିଳା ମାନଙ୍କୁ ପୋଖରୀ ଖୋଳିବା ଓ ମାଛ ଚାଷ ନିମନ୍ତେ ଆର୍ôଥକ ସହାୟତା ଦିଆଯାଉଛି ସେଗୁଡ଼ିକର ବି ଡି ଓ ଙ୍କ ମାଧ୍ୟମରେ ରିପୋର୍ଟ ଆଣିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବ୍ଲକରେ ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବା, ଶିକ୍ଷକ ନିଯୁକ୍ତି, ଜଳସେଚନ, ବୃକ୍ଷ ରୋପଣ କରିବା। ତେବେ ଗ୍ରୀଷ୍ମ ପ୍ରବାହ ଓ ରୌଦ୍ରତାପ ଜନିତ ଉତମ ଚିକିତ୍ସା ବ୍ୟବସ୍ଥା ଯୋଗାଇବା, ଅଙ୍ଗନୱାଡ଼ି କେନ୍ଦ୍ରର ଭିତିଭୂମି ମଜବୁତ୍ କରିବା ସହ ସେଠାରେ ରାସ୍ତା, ପାନୀୟ ଜଳ, ଶୌଚାଳୟ ଆଦି ସେବା ଉପଲବ୍ଧ କରିବା, ଅନ୍ତଦ୍ୱୟ ଗୃହ ଯୋଜନା ପ୍ରକୃତ ହିତାଧିକାରୀଙ୍କୁ ପ୍ରଦାନ କରିବା,ଗ୍ରାମୀଣ ଗୃହ ଯୋଜନା, ମଧୁବାବୁ ପେନସନ ଯୋଜନା,ଜାତୀୟ ସାମାଜିକ ନିରାପତା ଯୋଜନା, ଜିଲ୍ଲା ମଙ୍ଗଳ ବିଭାଗ ଅଧୀନ ଆବାସିକ ବିଦ୍ୟାଳୟ ଯୋଜନା, ଜିଲ୍ଲା ସମବାୟ ସମିତି ସେବା, ଉଦ୍ୟାନ କୃଷି ଅଧୀନ ବୁନ୍ଦା ଜଳସେଚନ, ସିଂଚ ଜଳସେଚନ, ଗ୍ରାମ୍ୟ ରାସ୍ତା ନିର୍ମାଣ ଓ ମରାମତି,ବିଜୁଳି ଆଲୋକ ଆଦି ଅତ୍ୟାବଶ୍ୟକ ସେବା ସମ୍ବନ୍ଧରେ ବିଧାୟକ ଶ୍ରୀ ସାହୁ ପୁଙ୍ଖାନୁପଙ୍ଖ ସମୀକ୍ଷା କରି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ଉନ୍ନତିରେ ସମସ୍ତ ଅଧିକାରୀ ଆନ୍ତରିକତା ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ବେଗୁନିଆ ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ସମୀକ୍ଷା ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବୋଲଗଡ଼ ଓ ବେଗୁନିଆ ବ୍ଲକର ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ଅଧ୍ୟକ୍ଷ ଅଧ୍ୟକ୍ଷା, ପ୍ରଫୁଲ୍ଲ କୁମାର ପ୍ରଧାନ,ସି ଏସ ଓ ସୁଗୁଡା ମୁର୍ମୁ,ସହକାରୀ ନିର୍ଦେଶକ ସ୍ମିତା ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ବିଭିନ୍ନ ଅତ୍ୟାବଶ୍ୟକ ସେବା ବିଭାଗର ଅଧିକାରୀ ଓ ଜନ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ରାକେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande