ଶୁଭମୁକ୍ତି ହେବ ପ୍ରଥମ କୋୟା ଭାଷାରେ ନିର୍ମିତ ଚଳଚିତ୍ର ଦେୱାମାଲକାନଗିରି, ୨୩ ଅପ୍ରେଲ(ହି.ସ.) – ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ପାଇଁ ଦର୍ଶକ ମାନେ ଦେଖିପାରିବେ କୋୟା ଭାଷାରେ ନିର୍ମିତ ଚଳଚିତ୍ର ଦେୱା। ଏହି ଚଳଚିତ୍ର ମାଲକାନଗିରି ଯେମ୍ୟାକ୍ସ ସିନେମା ହଲ ପରଦାରେ ଆସନ୍ତା ୨୫ ତାରିଖରେ ଶୁଭ ମୁକ୍ତି ହେବ ବୋଲି ଆଜି ଚଳଚିତ୍ର ପ୍ରସ୍ତୁତ କରିଥିବା ଟିମ ଜିଲ୍ଲା ସଦର ସ୍ଥିତ ହୋଟେଲ ସ୍ୱାଗତରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି। ଏହି ଚଳଚିତ୍ରଟି ସମ୍ପୂର୍ଣ୍ଣ କୋୟା ଜନଜାତି ଉପରେ ଆଧାରିତ ଏବଂ ଚଳଚ୍ଚିତ୍ରର ପ୍ରତ୍ୟକ କଳାକାର କୋୟା ସମ୍ପ୍ରଦାୟର ଲୋକେ। ଚଳଚିତ୍ରର ପ୍ରଯୋଜକ ଓ ନିର୍ଦ୍ଧେଶକ ପ୍ରଥମେ କର୍ମଶାଳା ମାଧ୍ୟମରେ କୋୟା ଲୋକଙ୍କୁ ଚଳଚିତ୍ର ଉପରେ ଧାରଣା ଦେବା ପରେ ଚଳଚିତ୍ରରେ ସୁଯୋଗ ଦେଇଥିଲେ। ଏହି ଚଳଚିତ୍ର ମାଧ୍ୟମରେ କୋୟା ସମ୍ପ୍ରଦାୟର ଲୋକଙ୍କ ସରଳ ଜୀବନ ଶୈଳୀ, ସେମାନଙ୍କ ସଂସ୍କୃତି, ପ୍ରଥା, ପରମ୍ପରା ଉପରେ ପରିବେଶଣ କରାଯାଇଛି। ଚଳଚ୍ଚିତ୍ରଟି ୧ ଘଣ୍ଟା ୪୫ ମିନିଟ ହୋଇଥିବା ବେଳେ ଏହା ଲୋକଙ୍କ ମନରେ ଥିବା କୁପ୍ରଥା, ଭ୍ରମ ଧାରଣାକୁ ଦୁର କରିପାରିବ। ସମ୍ପୂର୍ଣ ଚଳଚିତ୍ରଟିର ଅଧିକାଂଶ ଶୁଟିଙ୍ଗ ମାଲକାନଗିରି ଜିଲ୍ଲାର କୋୟା ସମ୍ପ୍ରଦାୟର ଲୋକ ବସବାସ କରୁଥିବା ଗ୍ରାମ ଗୁଡିକରେ ହୋଇଥିବା କିଛି ଶୁଟିଙ୍ଗ ପଡୋଶୀ ଆନ୍ଧ୍ର, ଛତିଶଗଡରେ ମଧ୍ୟ ହୋଇଛି। ଦେୱା ଚଳଚ୍ଚିତ୍ରଟି ଅନ୍ତଜା ତୀୟ ସ୍ତରରେ ପୁରସ୍କୃତ ହେବା ସହ ରାଜ୍ୟସ୍ତରୀୟ ଚଳଚିତ୍ର ପୁରଷ୍କାର ଉତ୍ସବରେ ଶ୍ରେଷ୍ଠ ଜନଜାତି ଆଦିବାସି ଚଳଚିତ୍ର ଭାବେ ମଧ୍ୟ ପୁରସ୍କୃତ ହୋଇଛି। ଏହି ଚଳଚିତ୍ରର ପ୍ରଯୋଜକ ଓ ନିର୍ଦ୍ଧେଶକ ହେଉଛନ୍ତି ରବି ଶଙ୍କର ରଥ। ସେ ନିଜେ କୋୟା ସମ୍ପ୍ରଦାୟ ଉପରେ ଗବେଷଣା ବେଳେ ଏହିପରି ଚଳଚିତ୍ର କରିବାକୁ ନିଷ୍ପତି ନେଇଥିଲେ। କୋଭିଡ ପୂର୍ବରୁ ଏହି ଚଳଚିତ୍ର ନିର୍ମାଣ ପାଇଁ ସେ ପଦକ୍ଷେପ ନେଇଥିବା ବେଳେ ଏଥିପାଇଁ ପ୍ରାୟ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ ହୋଇଥିବା ଶ୍ରୀ ରଥ ପ୍ରକାଶ କରିଛନ୍ତି। ଏହି ଚଳଚିତ୍ରରେ କ୍ୟାମେରା ମେନ ଭାବେ ରଞ୍ଜନ ପାଣିଗ୍ରାହୀ ଓ ହେମନ୍ତ ଦଣ୍ଡପାଟ, ସମ୍ପାଦନା ଅଶୋକ ପାଣିଗ୍ରାହୀ, ସଙ୍ଗୀତ ନିର୍ଦେଶନା ବିଦ୍ୟାଧର ସାହୁ କରିଛନ୍ତି। ଚଳଚ୍ଚିତ୍ରଟି ଲୋକପିୟ ହେବା ସହ ଦର୍ଶକ ମାନେ ମନଭରି ଏହାର ମଜାନେବେ ଏବଂ ସମାଜକୁ କିଛି ଭଲ ପ୍ରେରଣା ପ୍ରଦାନ କରିବ ବୋଲି ନିର୍ମାତାଙ୍କ ପକ୍ଷରୁ କୁହାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଚଳଚିତ୍ରର ପ୍ରଯୋଜକ ଓ ନିର୍ଦ୍ଧେଶକ ହେଉଛନ୍ତି ରବି ଶଙ୍କର ରଥଙ୍କ ସହ ମୁଖ୍ୟ ଭୂମିକା ନିର୍ବାହ କରୁଥିବା କଳାକାର ଏବଂ ଜିଲ୍ଲା ବିଜେଡି ସଭାପତି ତଥା ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡକାମୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ