୬୦ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ
ସମ୍ବଲପୁର, ୨୬ ଅପ୍ରେଲ (ହି.ସ.)- ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଠାରେ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ୬୦ତମ ଜିଲ୍ଲା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଷ୍ଟାଡିୟମରେ ମଶାଲ ସ୍ଥାପନ ପରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାଶ ଏହି ଦୁଇ
୬୦ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ-୨


୬୦ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ


ସମ୍ବଲପୁର, ୨୬ ଅପ୍ରେଲ (ହି.ସ.)- ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଠାରେ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ୬୦ତମ ଜିଲ୍ଲା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଷ୍ଟାଡିୟମରେ ମଶାଲ ସ୍ଥାପନ ପରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାଶ ଏହି ଦୁଇ ଦିବସୀୟ କ୍ରୀଡା ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ମହାନଗର ନିଗମ ଉପ କମିଶନର ସୁଦର୍ଶନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଦୌଡ, ଉଚ୍ଚଡିଆଁ, ଲମ୍ବଡିଆଁ, ଲୁହାଗୋଳା ଫିଙ୍ଗା, ଥାଳିଆ ଫିଙ୍ଗା, ବର୍ଚ୍ଛା ଫିଙ୍ଗା ଆଦି କ୍ରୀଡା ଆୟୋଜିତ ହୋଇଥିଲା । ଜିଲ୍ଲା କ୍ରୀଡା ସଂଘର ସାଧାରଣ ସମ୍ପାଦକ ସୁନୀଲ କୁମାର ସାହୁ, କ୍ରୀଡା ସମ୍ପାଦକ ବିକାଶ ମିଶ୍ର, ଫୁଟବଲ ସମ୍ପାଦକ ଅବଦୁଲ ଗଫାରଙ୍କ ସମେତ ସୁବୋଧ ସାହୁ, ମନୋଜ ଭୋଇ, ଶାନ୍ତନୁ ନନ୍ଦ, ଲକ୍ଷ୍ମୀଚନ୍ଦ୍ର ମହାକୁଡ, କୁନ୍ଦନ ପ୍ରଧାନ, ଜଗବନ୍ଧୁ ବେହେରା, ବିନୋଦ ଟପ୍ପୋ, ବିଶ୍ୱଜିତ୍ ପଣ୍ଡା, ହର୍ଷ ସାହୁ, ରତ୍ନମଣି ସାହୁ ଓ ରାଜା ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲା କ୍ରୀଡା ସଂଘ ସହ ଅନୁବନ୍ଧିତ ଶିକ୍ଷାନୁଷ୍ଠାନ, କ୍ଲବ ଆଦି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ବିଭିନ୍ନ ବର୍ଗରେ ୬୭୦ ଜଣ ଅଂଶଗ୍ରହଣ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande