ଅନିମେଷ କୁଜୁରଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
ଭୁବନେଶ୍ୱର, ୨୬ ଏପ୍ରିଲ (ହି.ସ.) - ୨୦୦ ମିଟର୍ ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିବା ସହିତ ନୂତନ ଜାତୀୟ ରେକର୍ଡ ସୃଷ୍ଟି କରିଥିବା ଅନିମେଷ କୁଜୁରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ଏକ୍ସରେ ମୁକ୍ୟମନ୍ତ୍ରୀ ଲେଖିଛନ୍ତି ୨୮ତମ ଜାତୀୟ ଫେଡେରେସନ୍ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ପ
ଅନିମେଷ କୁଜୁରଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ


ଭୁବନେଶ୍ୱର, ୨୬ ଏପ୍ରିଲ (ହି.ସ.) - ୨୦୦ ମିଟର୍ ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିବା ସହିତ ନୂତନ ଜାତୀୟ ରେକର୍ଡ ସୃଷ୍ଟି କରିଥିବା ଅନିମେଷ କୁଜୁରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି।

ଏକ୍ସରେ ମୁକ୍ୟମନ୍ତ୍ରୀ ଲେଖିଛନ୍ତି ୨୮ତମ ଜାତୀୟ ଫେଡେରେସନ୍ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ପୁରୁଷ ବର୍ଗର ୨୦୦ ମିଟର୍ ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିବା ସହିତ ୨୦.୪୦ ସେକେଣ୍ଡରେ ଏକ ନୂତନ ଜାତୀୟ ରେକର୍ଡ ସୃଷ୍ଟି କରି ରାଜ୍ୟ ପାଇଁ ଗୌରବ ଆଣିଥିବା ଅନିମେଷ କୁଜୁରଙ୍କୁ ଅଭିନନ୍ଦନ। ଏହାସହ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପ୍ ୨୦୨୫ ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ମଧ୍ୟ ଅଭିନନ୍ଦନ। ତାଙ୍କର ଉତରୋତର ଉନ୍ନତି ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande