ଭୁବନେଶ୍ୱର, 28 ଏପ୍ରିଲ୍ (ହି.ସ.)
- ବିଧାନସଭା ପରିସରରେ ପାଳନ ହୋଇଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 177 ତମ ଜନ୍ମଜୟନ୍ତୀ। ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ମନ୍ତ୍ରୀ
ମୁକେଶ ମହାଲିଙ୍ଗ, ମନ୍ତ୍ରୀ ସୂର୍ଯ୍ୟାବଂଶୀ
ସୁରଜ, ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଏବଂ
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଜେପି
ବିଧାୟକ ବାବୁ ସିଂ, କଂଗ୍ରେସ ବିଧାୟକ
ପ୍ରଫୁଲ୍ଲ ପ୍ରଧାନ ଓ ବରିଷ୍ଠ ସାମ୍ବାଦିକ ମାନେ ଯୋଗଦେଇ ବିଧାନସଭା ପରିସରରେ ଥିବା ଉତ୍କଳ ଗୌରବ
ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା