ବନଦୁର୍ଗା ମହୋତ୍ସବ ଉଦ୍‌ଘାଟନ କଲେ ନରସିଂହ ଲୋକଙ୍କ ଏକତା ସମସ୍ୟାର ସମାଧାନ କରିବ - ନରସିଂହ
ବଲାଙ୍ଗୀର, ୦୮ ଅପ୍ରେଲ(ହି.ସ.) – ବଲାଙ୍ଗୀର ଜିଲ୍ଲା ସର୍ବବୃହତ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପର ପାଦ ଦେଶରେ ବନ ଦୁର୍ଗା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ସକାଳୁ ପ୍ରଥମେ ବନଦୁର୍ଗାଙ୍କ ଦେହେରି ଏବଂ ସାଥୀ ଆର.ଆର. କଲୋନି ଗଡଶଙ୍କର ଡୁଙ୍ଗୁରିପାଲିରୁ ପୂଜାର୍ଚ୍ଚନା ପାଇଁ ମହାଶୋଭାଯାତ୍ରାରେ ମାଗୁରବେଡା
ବନଦୁର୍ଗା ମହୋତ୍ସବ ଉଦ୍‌ଘାଟନ କଲେ ନରସିଂହ ଲୋକଙ୍କ ଏକତା ସମସ୍ୟାର ସମାଧାନ କରିବ - ନରସିଂହ


ବନଦୁର୍ଗା ମହୋତ୍ସବ ଉଦ୍‌ଘାଟନ କଲେ ନରସିଂହ ଲୋକଙ୍କ ଏକତା ସମସ୍ୟାର ସମାଧାନ କରିବ - ନରସିଂହ


ବଲାଙ୍ଗୀର, ୦୮ ଅପ୍ରେଲ(ହି.ସ.) – ବଲାଙ୍ଗୀର ଜିଲ୍ଲା ସର୍ବବୃହତ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପର ପାଦ ଦେଶରେ ବନ ଦୁର୍ଗା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ସକାଳୁ ପ୍ରଥମେ ବନଦୁର୍ଗାଙ୍କ ଦେହେରି ଏବଂ ସାଥୀ ଆର.ଆର. କଲୋନି ଗଡଶଙ୍କର ଡୁଙ୍ଗୁରିପାଲିରୁ ପୂଜାର୍ଚ୍ଚନା ପାଇଁ ମହାଶୋଭାଯାତ୍ରାରେ ମାଗୁରବେଡା ମନ୍ଦିର ପର୍ଯ୍ୟନ୍ତ ବାହାରିଥିଲା। ବନଦୁର୍ଗା ମହୋତ୍ସବ କେବଳ ମନୋରଂଜନ ପାଇଁ ନୁହେଁ ଏହାର ମାଧ୍ୟମରେ ବୁଡି ଅଂଚଳ ବିସ୍ତାପିତଙ୍କ ମଧ୍ୟରେ ଏକତା ଆଣିବା ଆମର ମୂଳ ଲକ୍ଷ୍ୟ, ଇତିହାସକୁ ଦେଖିଲେ ଆପଣମାନେ ଜାଣି ପାରିବେ ଏକତା ଆଣିବା ପାଇଁ ବିଭିନ୍ନ ପୂଜା ପାର୍ବଣ ଓ ମହୋତ୍ସବ ପାଳନ କରାଯାଇ ଲୋକଙ୍କ ମନ ଏକତା ଭାବ ଜାଗ୍ରତ କରାଇ ଲୋକଙ୍କ ନ୍ୟାର୍ଯ୍ୟ, ହକ୍‌, ଆଲୋଚନା ହେଉ କି ଆନ୍ଦୋଳନ ମାଧ୍ୟମରେ ହେଉ ପୁରଣ କରିବାକୁ ସରକାରଙ୍କୁ ବାଧ୍ୟ କରାଇବାରେ ସଫଳତା ମିଳୁଥିଲା । ତେଣୁ ଏ ଅଂଚଳର ଲୋକଙ୍କ ଏକତା ହିଁ ସେମାନେ ଭୋଗୁ ଥିବା ସମସ୍ୟା ସମାଧାନ କରିବା ବୋଲି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ଆୟୋଜିତ ବନଦୁର୍ଗା ମହୋତ୍‌ôସବ ଉଦ୍‌ଘାଟନ କରିବା ଅବସରରେ ଆୟୋଜନ କମିଟିର ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି। ଏ ଅବସରରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଏହା ଆରମ୍ଭ ମାତ୍ର ଆଗାମୀ ଦିନରେ ଏହି ମଂଚ ବିସ୍ତାପିତ, ଅବହେଳିତ ସମସ୍ୟା ଜର୍ଜରିତ ବୁଡି ଅଂଚଳବାସୀଙ୍କ ସ୍ୱର ହେବ। ଏ ଅଂଚଳର ଦେବାଦେବୀ, ସାହିତ୍ୟ, ସଂସ୍କୃତି, ସାମାଜିକ ବ୍ୟବସ୍ଥା , ପ୍ରାକୃତିକ ପରିବେଶର ପୁନରୁଦ୍ଧାର ଓ ତାର ସୁରକ୍ଷା ର ନିଶ୍ଚିତତା କରିବ। ଲୋକେ ଯେପରି ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ସୁବିଧାରୁ ବଂଚିତ ନହେବେ ସେ କ୍ଷେତ୍ରରେ ଲୋକଙ୍କ ବଳ ହୋଇ କାମ କରିବ ବୋଲି ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ। ସମ୍ମାନିତ ଅତିଥି ଭାବରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁକତେଲ ଜଳ ସେଚନ ପ୍ରକଳ୍ପ ସୁରେନ୍ଦ୍ର କୁମାର ଭୋଇ, ମୁଖ୍ୟବକ୍ତା ଅବସରପ୍ରାପ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ବେଲାର ସିଂ ଭୋଇ ପ୍ରମୁଖ ସୁକତେଲ ଡେମ୍ ନିର୍ମାଣ ଓ କାର୍ଯ୍ୟକାରିତା ଉପରେ ପୁଙ୍ଖାନୁପୁଙ୍ଖ ତଥ୍ୟ ଉପସ୍ଥାପନ କରିଥିଲେ ଏବଂ ଏହି ପ୍ରକଳ୍ପ ଦ୍ୱାରା ଉପଜିଥିବା ସମସ୍ୟାକୁ ଶିଘ୍ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ସାମାଜିକ କର୍ମୀ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ ଯୋଗ ଦେଇ ସମସ୍ତେ ସଂଗଠିତ ହୋଇ ସାହାଯ୍ୟ କଲେ ସବୁ ସମସ୍ୟାର ସମାଧାନ ଅତି ସରଳ ଭାବରେ ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ। ସଭାପତି ସଂଜୟ ଗଡତ୍ୟା, ସଂପାଦକ ଜୟକୃଷ୍ଣ ମିଶ୍ର ମଂଚାସିନ ଥିଲେ ଓ ସହ-ସଂପାଦକ ବିକାଶ ଚନ୍ଦ୍ର ରଥ ସଭା ପରିଚାଳନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଣ୍ଡସିରୋମଣି, ସାନନ୍ଦ ଶିକା ଓ ସାଥୀ, ଗୋପାଳ ପଣ୍ଡା ଓ ସାଥୀ କଂସ ଦରବାର, ସମଲେଶ୍ୱରୀ କଳା ପରିଷଦ, ବିରେନ୍ଦ୍ର ପାଣ୍ଡେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande