ରାମଜୀ ନାଟକ ସଂସଦ ସର୍ବ ପୁରାତନ ରାମଲିଳା ଉଦ୍‌ଘାଟନ ତାଡକା, ସୁବାହୁ, ମାରିଚ ବଧ, ଅହଲ୍ୟା ପାଶାଣ ପ୍ରଥମ ଦିନରେ ଶିବଙ୍କ ଭୂମିକାରେ ଡା. ପଟେଲ
ବଲାଙ୍ଗୀର, ୦୮ ଅପ୍ରେଲ(ହି.ସ.) – ବଲାଙ୍ଗୀର ରାମଜୀ ନାଟକ ସଂସଦ ଦୀର୍ଘ ବର୍ଷ ହେବ ସର୍ବ ପୁରାତନ ରାମଲିଳା ଆୟୋଜନ କରି ଆସୁଥିବା ବେଳେ ଗତ ରବିବାର ଦିନ ରାମ ନବମୀ ଅବସରରେ ସହର ପରିକ୍ରମା କରି ରାମଜୀ ମନ୍ଦିର କଳାକାରମାନେ ସଂକଳ୍ପ ନେଇ ହୋମ ଯଜ୍ଞ ଓ ମହା ଆଳତି ହୋଇ ଭଜନ କିର୍ତନ ସହ ପୂଜାର୍ଚ୍ଚନା ହୋଇଥିଲ
ରାମଜୀ ନାଟକ ସଂସଦ ସର୍ବ ପୁରାତନ ରାମଲିଳା ଉଦ୍‌ଘାଟନ ତାଡକା, ସୁବାହୁ, ମାରିଚ ବଧ, ଅହଲ୍ୟା ପାଶାଣ ପ୍ରଥମ ଦିନରେ ଶିବ ଙ୍କ ଭୂମିକାରେ ଡା. ପଟେଲ


ରାମଜୀ ନାଟକ ସଂସଦ ସର୍ବ ପୁରାତନ ରାମଲିଳା ଉଦ୍‌ଘାଟନ ତାଡକା, ସୁବାହୁ, ମାରିଚ ବଧ, ଅହଲ୍ୟା ପାଶାଣ ପ୍ରଥମ ଦିନରେ ଶିବ ଙ୍କ ଭୂମିକାରେ ଡା. ପଟେଲ


ରାମଜୀ ନାଟକ ସଂସଦ ସର୍ବ ପୁରାତନ ରାମଲିଳା ଉଦ୍‌ଘାଟନ ତାଡକା, ସୁବାହୁ, ମାରିଚ ବଧ, ଅହଲ୍ୟା ପାଶାଣ ପ୍ରଥମ ଦିନରେ ଶିବ ଙ୍କ ଭୂମିକାରେ ଡା. ପଟେଲ


ବନଦୁର୍ଗା ମହୋତ୍ସବ ଉଦ୍‌ଘାଟନ କଲେ ନରସିଂହ ଲୋକଙ୍କ ଏକତା ସମସ୍ୟାର ସମାଧାନ କରିବ - ନରସିଂହ


ବଲାଙ୍ଗୀର, ୦୮ ଅପ୍ରେଲ(ହି.ସ.) – ବଲାଙ୍ଗୀର ରାମଜୀ ନାଟକ ସଂସଦ ଦୀର୍ଘ ବର୍ଷ ହେବ ସର୍ବ ପୁରାତନ ରାମଲିଳା ଆୟୋଜନ କରି ଆସୁଥିବା ବେଳେ ଗତ ରବିବାର ଦିନ ରାମ ନବମୀ ଅବସରରେ ସହର ପରିକ୍ରମା କରି ରାମଜୀ ମନ୍ଦିର କଳାକାରମାନେ ସଂକଳ୍ପ ନେଇ ହୋମ ଯଜ୍ଞ ଓ ମହା ଆଳତି ହୋଇ ଭଜନ କିର୍ତନ ସହ ପୂଜାର୍ଚ୍ଚନା ହୋଇଥିଲା। ସୋମବାର ଦିନ ସନ୍ଧ୍ୟା ରେ ଗୁରୁଶ୍ରୀ ବାଳମୁକୁନ୍ଦ ବେହେରା ମଂଚ ପୂଜା ସହ ରାମଲିଳା ନାଟକ ଉଦ୍‌ଘାଟନ କରିଥିଲେ। ପ୍ରଥମେ ରାମ ବନ୍ଦନା ସହ ବ୍ରହ୍ମା ଆଦେଶ ଦେଇଥିଲେ ଶିବଙ୍କୁ ରାମଲିଳା ଉଦ୍ଦେଶ୍ୟ କଥା। ଏହା ମାତା ପାର୍ବତୀଙ୍କୁ ଶିବ ରାମ କଥା ଉପରେ ଶୁଣାଇଥିଲା। ଏହି ଠାରୁ ରାମଲିଳା ନାଟକ ଅନୁଷ୍ଠିତ ହୋଇଥିବା। ବିଶ୍ୱାମିତ୍ର ଅଯୋଧ୍ୟା ଆଗମନ ଓ ଦଶରଥ ରାଜାଙ୍କୁ ରାମ ଲକ୍ଷ୍ମଣଙ୍କ ସାଙ୍ଗରେ ନେବା ପାଇଁ ମୁନି ଋଷି ଙ୍କ ସୁରକ୍ଷା ପାଇଁ ହୋମ ଯଜ୍ଞରେ ବାଧା ନ ଉପୁଜିବା ପାଇଁ। ମୈଥିଲା ଗମନ ସହ ତାଡକା ବଧ, ସୁବାହୁ ଓ ମାରିଚ ବଧ, ଅହଲ୍ୟା ପାଶାଣ ମଂଚ ଦର୍ଶକଙ୍କୁ ବେଶ ମନ ଛୁଇଁଥିଲା। ଏଥିରେ କଳାକାର ଅଭିନୟ ଭୂମିକାରେ ବ୍ରହ୍ମା ଭୂମିକାରେ ଶଙ୍କର୍ଷଣ ରାଉତ, ଶିବ ଭୂମିକାରେ ଡା. ରୁଦ୍ର ନାରାୟଣ ପଟେଲ, ପାର୍ବତି ଭୂମିକାରେ ଶ୍ରୀତମ ପଟେଲ, ବିଶ୍ୱାମିତ୍ର ଭୂମିକାରେ ଅରୁଣ ରାଉତ, ଦଶରଥ ଭୂମିକାରେ କୁମୁଦ ନାଏକ, ମନ୍ତ୍ରୀ ଭୂମିକାରେ ଗୁଣ୍ଡୁଗୋପାଳ ମିଶ୍ର ଓ ରାଜେଶ ନାଏକ, ବିଶ୍ୱାମିତ୍ର ଋଷି ସୁରୁ ବଢିଆ, ତାଡକା ଭୂମିକାରେ ଘନଶ୍ୟାମ ସାଏ, ସୁବାହୁ ଓ ମାରିଚ ଆଲୋକ ବଡିଆ ଓ ଟୁକୁ ବଢିଆ, ଅହଲ୍ୟା ଭୂମିକାରେ ଚୈତନ୍ୟ ମଟାରୀ, ନାବିକ ଭୂମିକାରେ ସୁବାଷ ସାଏ ଓ ସାରଥି ପଟେଲ, କୌସଲ୍ୟା କୂଳମଣି ପଟେଲ, କ୍ଷେତ୍ରବାସୀ ବନଛୋର, ରାମ ଭୂମିକାରେ ଶୈଳିନ ବାବୁ, ଲକ୍ଷ୍ମଣ ଭୂମିକାରେ ଆନନ୍ଦ ସାହୁ, ସୀତାଙ୍କ ଭୂମିକାରେ ମାନସ ସାହୁ, ସପ୍ତଋଷି ଭୂମିକାରେ ସତ୍ୟ ଚୋପଦାର, ସହରର ବିଭିନ୍ନ ପଡାର ଲୋକମାନେ ବେଶ୍ ନାଟକ ଉପଭୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande