ଭୁବନେଶ୍ୱର, 12 ମେ (ହି.ସ.)
- ସନ୍ଥ କବି ଭୀମ ଭୋଇଙ୍କୁ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ସନ୍ଥ,
ମହିମା
ଧର୍ମ ପ୍ରବର୍ତ୍ତକ ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି
ଜଣାଉଛି। ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ସମର୍ପିତ
ତାଙ୍କ ଅନନ୍ୟ ପଂକ୍ତି 'ମୋ ଜୀବନ ପଛେ ନର୍କେ ପଡ଼ି ଥାଉ ଜଗତ
ଉଦ୍ଧାର ହେଉ' ସର୍ବଦା ପ୍ରେରଣାଦାୟୀ।
ତାଙ୍କର ଜୀବନ, ଦର୍ଶନ ସମାଜ ପାଇଁ ଆଦର୍ଶ ଏବଂ ମାନବତାବାଦର ଅନନ୍ୟ ବାର୍ତ୍ତାବହ
ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା