ପାରା ବ୍ୟାଡମିଂଟନ ଇଂଟରନ୍ୟାସନାଲ ପଦକ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର, ୧୩ ମଇ (ହି.ସ.)- ପାରା ବ୍ୟାଡମିଂଟନ ଇଂଟରନ୍ୟାସନାଲ ୨୦୨୫ରେ କାଂସ୍ୟ ପଦକ ବିଜେତା ଓଡ଼ିଶାର ପାରା ଖେଳାଳି ଦୀପ ରଞ୍ଜନ ବିଶୋଇ ଏବଂ ଶୁଭ୍ରଜିତ ମହାରଣାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଦୁବାଇରେ ଆୟୋଜିତ ହେଉଥିବା ପାରା ବ୍ୟା
ପାରା ବ୍ୟାଡମିଂଟନ ଇଂଟରନ୍ୟାସନାଲ ପଦକ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା


ଭୁବନେଶ୍ୱର, ୧୩ ମଇ (ହି.ସ.)- ପାରା ବ୍ୟାଡମିଂଟନ ଇଂଟରନ୍ୟାସନାଲ ୨୦୨୫ରେ କାଂସ୍ୟ ପଦକ ବିଜେତା ଓଡ଼ିଶାର ପାରା ଖେଳାଳି ଦୀପ ରଞ୍ଜନ ବିଶୋଇ ଏବଂ ଶୁଭ୍ରଜିତ ମହାରଣାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଦୁବାଇରେ ଆୟୋଜିତ ହେଉଥିବା ପାରା ବ୍ୟାଡମିଂଟନ ଇଂଟରନ୍ୟାସନାଲ ୨୦୨୫ରେ କାଂସ୍ୟ ପଦକ ବିଜେତା ଓଡ଼ିଶାର ପାରା ଖେଳାଳି ଦୀପ ରଞ୍ଜନ ବିଶୋଇ ଏବଂ ଶୁଭ୍ରଜିତ ମହାରଣାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ରାଜ୍ୟ ଗର୍ବିତ। ଉତରୋତର ଉନ୍ନତି ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande