ପଂଜାବରେ ଡ୍ରୋନ ଆକ୍ରମଣରେ ଆହତ ମହିଳାଙ୍କ ମୃତ୍ୟୁ
ଚଣ୍ଡିଗଡ, 13 ମେ (ହି.ସ.) -ଭାରତ-ପାକିସ୍ତାନ ମଧ୍ୟରେ ହେଉଥିବା ସେନା ସଂଘର୍ଷ ସମୟରେ ପଞ୍ଜାବର ଫିରୋଜପୁରରେ ଡ୍ରୋନ୍ ଆକ୍ରମଣରେ ଗଭୀର ଭାବେ ଆହତ ହୋଇଥିବା ଜଣେ ମହିଳାଙ୍କର ସୋମବାର ବିଳମ୍ବିତ ରାତିରେ ଲୁଧିଆନା ହସ୍ପିଟାଲରେ ମୃତ୍ୟୁ ଘଟିଛି। ଜିଲ୍ଲା ପ୍ରଶାସନ ଓ ହସ୍ପିଟାଲ ଅଧିକାର
ପଂଜାବରେ ଡ୍ରୋନ ଆକ୍ରମଣରେ ଆହତ ମହିଳାଙ୍କ ମୃତ୍ୟୁ


ଚଣ୍ଡିଗଡ, 13 ମେ (ହି.ସ.)

-ଭାରତ-ପାକିସ୍ତାନ ମଧ୍ୟରେ ହେଉଥିବା ସେନା ସଂଘର୍ଷ ସମୟରେ ପଞ୍ଜାବର

ଫିରୋଜପୁରରେ ଡ୍ରୋନ୍ ଆକ୍ରମଣରେ ଗଭୀର ଭାବେ ଆହତ ହୋଇଥିବା ଜଣେ ମହିଳାଙ୍କର ସୋମବାର ବିଳମ୍ବିତ

ରାତିରେ ଲୁଧିଆନା ହସ୍ପିଟାଲରେ ମୃତ୍ୟୁ ଘଟିଛି। ଜିଲ୍ଲା ପ୍ରଶାସନ ଓ ହସ୍ପିଟାଲ ଅଧିକାରୀ

ମହିଳାଙ୍କର ପରିବାରକୁ ଏହି ସଂପର୍କରେ ସୂଚନା ଦେଇଛନ୍ତି। ଫିରୋଜପୁର ଜିଲ୍ଲା ପ୍ରଶାସନକୁ ମଧ୍ୟ

ଏହା ସୂଚିତ କରାଯାଇଛି।

ଫିରୋଜପୁର ଜିଲ୍ଲାର ଖାଇ ଗାଁରେ ୯ ମେରେ ଡ୍ରୋନ୍ ଖସିବା କାରଣରୁ ସୁଖବିନ୍ଦର କୌର ଆହତ

ହୋଇଥିଲେ। ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଲୁଧିଆନା ସ୍ଥିତ ଦୟାନନ୍ଦ ମେଡିକାଲ କଲେଜ୍‌ରେ

ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସା ଦେଉଥିବାବେଳେ ସୋମବାର ବିଳମ୍ବିତ ରାତିରେ ତାଙ୍କର

ମୃତ୍ୟୁ ହୋଇଛି । ଦୟାନନ୍ଦ ମେଡିକାଲ କଲେଜ୍‌ରେ ଏବେ ଫିରୋଜପୁର ବାସିନ୍ଦା ଲଖବିନ୍ଦର ସିଂହ୍ ଓ

ସୋନୁଙ୍କ ଚିକିତ୍ସା ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande