ଧର୍ମଶାଳା,୧୫ମଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ନେଉଳପୁର ପଂଚାୟତ କଂଟାବଣିଆଁ ମୁସଲିମ ସାହିରେ ଏକ ନବବଧୂ ଙ୍କୁ ତାର ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ ହତ୍ୟା କôରଥିବା ଅଭିଯୋଗରେ ପୁଲିସ ଆଜି ତାର ଶାଶୁ ଓ ଶ୍ୱଶୁରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ଚହଟା ମୁସଲିମ ସାହିର ମହମ୍ମଦ ସଗିର ଅହମ୍ମଦଙ୍କ ଝିଅ ଆରଜୁ ନେଶାଁ ଚାରିବର୍ଷ ତଳେ ନେଉଳପୁର ପଂଚାୟତ କଂଟାବଣିଆଁ ମୁସଲିମ ସାହିର ଏନାମ ଖାଁଙ୍କ ପୁଅ ମହସିମ ଖାଁଙ୍କୁ ବିବାହ କରିଥଲେ । ମୁସଲିମ ରିତି ନିତିରେ ବିବାହ ସମ୍ପର୍ନ୍ନ ହୋଇଥିବା ବେଳେ ବିବାହ ସମୟରେ କନ୍ୟାର ପିତା ଦାବି ମୁତାବକ ସମସ୍ତ ଜାନି ଯୌତୁକ ଦେଇଥିଲେ । ତେବେ ବିବାହ ପରେ ବାପ ଘରୁ ଅଧିକ ଯୌତୁକ ଆଣିବା ଲାଗି ଶ୍ୱଶୁର ଘର ଲୋକମାନେ ଦାବି କରିବା ନବବଧୁ କୁ ତାର ଶ୍ୱଶୁର ଘର ଲୋକେ ଶାରିରିକ ଓ ମାନସୀକ ନିର୍ଯ୍ୟାତନା ଦେଉଥିଲେ । ଅନେକ ସମୟରେ କନ୍ୟାର ପିତା ଭଦ୍ର ଲୋକଙ୍କୁ ସେଠାକୁ ନେଇ ମିମାଂଶା କରିଥିଲେ । ହେଲେ ଗତକାଲି ରାତିରେ ଝିଅ ଆରଜୁକୁ ତାର ଶ୍ୱଶୁର ଘର ଲୋକେ ହତ୍ୟା କରି ଏକ ଓଡଣୀରେ ତାକୁ ଝୁଲାଇ ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ । ଏଥିରେ ସଫଳ ନହେବାରୁ ତାକୁ ଗୁରୁତର ଅବସ୍ଥାରେ ବଡ଼ଚଣା ମେଡିକାଲ ନେଇ ତାର ବାପାକୁ ଏସମ୍ପର୍କରେ ଜଣାଇଥିଲେ । ଖବର ପା ପରିବାର ଲୋକେ ବଡଚଣା ମେଡିକାଲରେ ପହଁଚିବା ବେଳକୁ ତାର ଶ୍ୱଶୁର ଘର ଲୋକେ ତାକୁ ନେଇ କଟକ ମେଡିକାଲକୁ ଚାଲି ଯାଇଥିଲେ । କଟକରେ ଝିଅର ବାପା ଓ ପରିବାର ଲୋକେ ପହଁଚି ଦେଖିବା ସମୟରେ ତାଙ୍କ ଝିଅ ମରିଯାଇଥିଲା । ତେବେ ଏ ନେଇ ଝିଅର ମା ସୁହାନା ବିବି ଅଧିକ ଯୌତୁକ ଲାଗି ତାଙ୍କ ଝିଅକୁ ଶାଶୁ ଘରଲୋକେ ହତ୍ୟା କରିଥିବା ନେଇ ଗତକାଲି ରାତିରେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ୨୮୧/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଆଜି ମୃତ ଆରଜୁର ଶ୍ୱଶୁର ଏନାମ ଖାଁ ଓ ଶାଶୁ ଆୟେସା ବେଗମଙ୍କୁ ଗିରଫ କରି ଚଣ୍ଡିଖୋଲ କୋର୍ଟକୁ ଚଲାଣ କରିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ