ମେଘାଳୟ- ସୋସିଆଲ ମିଡିଆରେ ଭାରତ ବିରୋଧୀ ପୋଷ୍ଟ କରିବା ଅଭିଯୋଗରେ ଦୁଇ ଗିରଫ
ଶିଲଙ୍ଗ, ୧୮ ମେ (ହି.ସ)- ସୋସିଆଲ ମିଡିଆରେ ଭାରତ ବିରୋଧୀ ସାମଗ୍ରୀ ପୋଷ୍ଟ କରିବା ଅଭିଯୋଗରେ ମେଘାଳୟ ପୋଲିସ ଦୁଇ ପାକିସ୍ତାନୀ ପ୍ରେମୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଉତର ଗାରୋ ପାହାଡ ଜିଲ୍ଲାର ବାସିନ୍ଦା । ଶିଲଙ୍ଗ ସ୍ଥିତ ରାଜ୍ୟ ପୋଲିସ ମୁଖ
ମେଘାଳୟ- ସୋସିଆଲ     ମିଡିଆରେ ଭାରତ ବିରୋଧୀ ପୋଷ୍ଟ କରିବା ଅଭିଯୋଗରେ ଦୁଇ ଗିରଫ


ଶିଲଙ୍ଗ, ୧୮ ମେ (ହି.ସ)- ସୋସିଆଲ

ମିଡିଆରେ ଭାରତ ବିରୋଧୀ ସାମଗ୍ରୀ ପୋଷ୍ଟ କରିବା ଅଭିଯୋଗରେ ମେଘାଳୟ ପୋଲିସ ଦୁଇ

ପାକିସ୍ତାନୀ ପ୍ରେମୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଉତର ଗାରୋ ପାହାଡ ଜିଲ୍ଲାର

ବାସିନ୍ଦା ।

ଶିଲଙ୍ଗ ସ୍ଥିତ ରାଜ୍ୟ

ପୋଲିସ ମୁଖ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଦ୍ୱାରା ମେ 15ରେ

ରୁଜୁ କରାଯାଇଥିବା ଏଫଆଇଆର ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଶନିବାର ଉତର

ଗାରୋ ପାହାଡ ଜିଲ୍ଲାର ବାଝଗଡୋବା ଥାନା ଅନ୍ତର୍ଗତ ଦୁଇଟି ଗାଁରେ ରେଡ୍ କରି ଉଭୟଙ୍କୁ ଗିରଫ

କରାଯାଇଛି ।

ସେମାନେ ଫେସବୁକରେ ଏକ

ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ଗାରୋ ଭାଷାରେ ଭାରତ ବିରୁଦ୍ଧରେ ନାରା ଳଗାଯାଇଥିବା ଓ

ପାକିସ୍ତାନର ସମର୍ଥନ କରୁଥିବା ନଜର ଆସିଛି । ତେବେ ବରିଷ୍ଠ ପୋଲିସ ଅଧିକାରୀ ଗିରଫ

ଅଭିଯୁକ୍ତଙ୍କ ନାମ ସାର୍ବଜନୀନ କରିନାହାନ୍ତି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande