ବିଦ୍ୟୁତ ତାର ଲାଗି ଯୁବକ ମୃତ୍ୟୁ ଘଟଣାରେ ସ୍ଥାନୀୟ ଲୋକେ ଅନ୍ଧାରୀ ବିଦ୍ୟୁତ କାଯ୍ୟାଳୟ ସମ୍ମୁଖରେ କ୍ଷତିପୂରଣ ଦାବିରେ ମୃତ ଯୁବକଙ୍କ ଶବକୁ ରଖି ଧାରଣା
ଘଟଗାଁ ୧୮ମେ ( ହି ସ) ବିଦ୍ୟୁତ ତାର ଲାଗି ଯୁବକ ମୃତ୍ୟୁ ଘଟଣା।ବିଦ୍ୟୁତ ବିଭାଗର ଅବହେଳା ଯୋଗୁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅନ୍ଧାରୀ ବିଦ୍ୟୁତ କାଯ୍ୟାଳୟ ସମ୍ମୁଖରେ କ୍ଷତିପୂରଣ ଦାବିରେ ମୃତ ଯୁବକଙ୍କ ଶବକୁ ରଖି ଧାରଣାରେ ବସିଥିଲେ । ସାଙ୍ଗ କୁ ବଞ୍ଚାଇ ବାକୁ ଯାଇ ୧୧ କେଭି ରେ ଲାଗି ଜଣେ
ବିଦ୍ୟୁତ ତାର ଲାଗି ଯୁବକ ମୃତ୍ୟୁ ଘଟଣାରେ   ସ୍ଥାନୀୟ ଲୋକେ ଅନ୍ଧାରୀ ବିଦ୍ୟୁତ କାଯ୍ୟାଳୟ ସମ୍ମୁଖରେ କ୍ଷତିପୂରଣ ଦାବିରେ ମୃତ  ଯୁବକଙ୍କ ଶବକୁ ରଖି ଧାରଣା ( ଫଟୋ)


ଘଟଗାଁ ୧୮ମେ ( ହି ସ) ବିଦ୍ୟୁତ ତାର ଲାଗି ଯୁବକ ମୃତ୍ୟୁ ଘଟଣା।ବିଦ୍ୟୁତ ବିଭାଗର ଅବହେଳା ଯୋଗୁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅନ୍ଧାରୀ ବିଦ୍ୟୁତ କାଯ୍ୟାଳୟ ସମ୍ମୁଖରେ କ୍ଷତିପୂରଣ ଦାବିରେ ମୃତ ଯୁବକଙ୍କ ଶବକୁ ରଖି ଧାରଣାରେ ବସିଥିଲେ ।

ସାଙ୍ଗ କୁ ବଞ୍ଚାଇ ବାକୁ ଯାଇ ୧୧ କେଭି ରେ ଲାଗି ଜଣେ ସାଙ୍ଗ ର ଜୀବନ ଚାଲିଯାଇଥିବାବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।ସୂଚନାରୁ ପ୍ରକାଶ କରେଇ ଥାନା ଅନ୍ତର୍ଗତ ଅନ୍ଧାରୀ ଗ୍ରାମର ଉପେନ୍ଦ୍ର ସାହୁ ଙ୍କ ପୁଅ ଉତ୍ତମ କୁମାର ସାହୁ (୧୯) ନିଜର ଜନ୍ମଦିନ ପାଳନ କରୁଥିବା ବେଳେଘର ଛାଡ଼ ଉପରେ ଭୋଜି କରିଥିଲେ । ଏହି ଭୋଜି କୁ ନିଜର ସାଙ୍ଗମାନଙ୍କୁ ନିମନ୍ତ୍ରଣ କରି ଥିଲା ଭୋଜି ଖାଇସାରି ଉତ୍ତମ କୁମାର ସାହୁ ନିଜର ହାତ ଉପରକୁ ଟେକି ଦେଇଥିଲାବେଳେ ଛାତ ଉପରେ ଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ଏହା ଦେଖି ନିକଟରେ ଥିବା ସାଙ୍ଗ ଶୁଭମ ତାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା ଓ ଉତ୍ତମକୁ ଖୁବ୍ ଜୋର ରେ ଧକ୍କା ଦେଇଥିଲା ଫଳରେ ଉତ୍ତମ ଫେପାଡି ହୋଇ ପଡିବା ସହିତ ଶୁଭମ୍ ମଧ୍ୟ ଫୋପାଡି ହୋଇ ପଡିଥିଲା ଏହାଦେଖି ପରିବାର ଲୋକ ଉଭୟ କୁ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିିକିତ୍ସାଳୟ କୁ ଆଣିଥିବା ବେଳେ ଶୁଭମ କୁ ଡାକ୍ତାର ମୃତ ଘୋଷଣା କରିଥିବା ବେଳେ ଉତ୍ତମ କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ପକ୍ଷରେ ମୃତକ ଶୁଭମ୍ କୁ ରାମଚନ୍ଦ୍ରପୁର ପୋଲିସ ଜବତ କରି ବ୍ୟବଚ୍ଛେଦ ସକାଶେ ଆନନ୍ଦପୁର ଡାକ୍ତରଖାନାକୁ ପଠାଇ ପରିବାର କୁ ହସ୍ତାନ୍ତର କରିଛନ୍ତି । ଛାତ ଉପରେ ୧୧ କେଭି ବିଦ୍ୟୁତ୍ ତାର ଯିବା ସମୟ ରେ ବିଦୁତ୍ ବିଭାଗ ଅଧିକାରୀ କିଛି ଅସୁବିଧା ନାହିଁ ଆମେ ତାର ହଟାଇ ଦେବୁ ବୋଲିକହିଥିଲେ କୁନ୍ତୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଏହି ତାର କୁ ହଟାଇ ନଥିଲେ ଫଳରେ ଏହି ତାର ସଂସ୍ପର୍ଶରେ ଆସି ଜଣେ ଯୁବକର ଜୀବନ ଚାଲିଗଲା । ଏହା କୁ ନେଇ ସ୍ଥାନୀୟ ଲୋକମାନେ ଅନ୍ଧାରୀ ବିଦ୍ୟୁତ କାଯ୍ୟାଳୟ ସମ୍ମୁଖରେ କ୍ଷତିପୂରଣ ଦାବିରେ ମୃତ ଯୁବକଙ୍କ ଶବକୁ ରଖି ଧାରଣାରେ ବସିଥିଲେ। ବିଦ୍ୟୁତ କାଯ୍ୟାଳୟ ପକ୍ଷରୁ

୨୦ ହଜାର ଟଙ୍କା ପ୍ରଦାନ କରିଥିଲେ ଓ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବେ ନିୟମ ଅନୁଯାୟୀ ସହା ୟତା ପ୍ରଦାନ କରିବେବୋଲି ପ୍ରତିଶୃତି ଦେବା ପରେ ଗ୍ରାମବାସୀ ଧାରଣା ରୁ ହାତୀ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande