ବରିଷ୍ଠ ନାଗରିକ ଆଲୋଚନା ସଭାରେ ପାକିସ୍ତାନ ଆତଙ୍କବାଦ ବିରୁଦ୍ଧରେ ଭାରତ ସରକାରଙ୍କ ଦୃଢ଼ ପଦକ୍ଷେପର ଭୂୟସୀ ପ୍ରଶଂସା : ୭୦ ବର୍ଷ ପରିବର୍ତ୍ତେ ୬୦ ଵର୍ଷରେ ଆୟୁଷ୍ମାନ କାର୍ଡ ପ୍ରଦାନ ଦାବି
ଗଞ୍ଜାମ, ୧୮ ମଇ (ହି.ସ.)- ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ମାନଙ୍କ ଦ୍ବାରା ପହଲଗାଓଁ ରେ ହୋଇଥିବା ନିରୀହ ଲୋକଙ୍କ ହତ୍ୟାର ଭାରତର ଅପରେସନ ସିନ୍ଦୂର ଉଚିତ ମୁକାବିଲା କରି ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନକୁ ଠିକଣା ଜବାବ୍ ଦେଇଛି ବୋଲି ଆଲୋଚନା କରାଯାଇ ଭାରତୀୟ ସୈନ୍ୟବାହିନୀ ଏବଂ ଭାରତ ସରକାରଙ୍କୁ
ବରିଷ୍ଠ ନାଗରିକ ଆଲୋଚନା ସଭାରେ ପାକିସ୍ତାନ ଆତଙ୍କବାଦ ବିରୁଦ୍ଧରେ ଭାରତ ସରକାରଙ୍କ ଦୃଢ଼ ପଦକ୍ଷେପର ଭୂୟସୀ ପ୍ରଶଂସା : ୭୦ ବର୍ଷ ପରିବର୍ତ୍ତେ ୬୦ ଵର୍ଷରେ ଆୟୁଷ୍ମାନ କାର୍ଡ ପ୍ରଦାନ ଦାବି


ଗଞ୍ଜାମ, ୧୮ ମଇ (ହି.ସ.)- ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ମାନଙ୍କ ଦ୍ବାରା ପହଲଗାଓଁ ରେ ହୋଇଥିବା ନିରୀହ ଲୋକଙ୍କ ହତ୍ୟାର ଭାରତର ଅପରେସନ ସିନ୍ଦୂର ଉଚିତ ମୁକାବିଲା କରି ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନକୁ ଠିକଣା ଜବାବ୍ ଦେଇଛି ବୋଲି ଆଲୋଚନା କରାଯାଇ ଭାରତୀୟ ସୈନ୍ୟବାହିନୀ ଏବଂ ଭାରତ ସରକାରଙ୍କୁ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଆଲୋଚନା ସଭାରେ ଭୂୟସୀ ପ୍ରଶଂସା କରି ଧନ୍ୟବାଦ ଅର୍ପଣ କରାଯାଇଛି । ଏହିପରି ଆକ୍ରମଣର ଦୃଢ଼ ପ୍ରତିରୋଧ ପାଇଁ ବର୍ତ୍ତମାନ ଠାରୁ ପ୍ରତ୍ୟେକ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସମସ୍ତ ରାଜନେତାଙ୍କ ସମେତ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ମତପୋଷଣ କରାଯାଇଥିଲା । ସ୍ଥାନୀୟ ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ସଭାପତି ରାଧା ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ସଭାରେ ଉପସଭାପତି ଡାକ୍ତର ପ୍ରାଣଚାନ୍ଦ ପଣ୍ଡା, ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ଏବଂ ସଂଯୋଜକ

ଗୌରୀଶଙ୍କର ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ୍ ହୋଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ ।

ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା ଏବଂ ସୁରକ୍ଷା ମଞ୍ଚ ର ବରିଷ୍ଠ ସଦସ୍ୟ ବିଜୟ କୁମାର ସାହୁ ଏବଂ ବନଓ୍ବାରୀ ପାତ୍ରଙ୍କୁ ଜନ୍ମଦିନର ଶୁଭେଚ୍ଛା ଅର୍ପଣ କରି ମହାମୃତ୍ୟଂଜୟ ମନ୍ତ୍ର ପାଠ କରାଯାଇଥିଲା । ଅନୁଷ୍ଠିତ ଆଲୋଚନା ସଭାରେ

ଦେଶ ସୁରକ୍ଷା ପ୍ରସଙ୍ଗ ସହ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଲାଗୁ କରାଯାଇଥିବା ଆୟୁଷ୍ମାନ ଯୋଜନା ୭୦ ବର୍ଷ ବୟସ ପରିବର୍ତ୍ତେ ୬୦ ବର୍ଷ ବୟସରୁ ଲାଗୁ କରିବା ଏବଂ ପୂର୍ବରୁ ପ୍ରଚଳିତ ବରିଷ୍ଠ ନାଗରିକଙ୍କ ପାଇଁ ରେଳ ଭଡା ରିହାତି ପ୍ରଦାନ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସହମତି ପ୍ରକାଶ ପାଇଥିଲା । ଉପସଭାପତି ଡାକ୍ତର ପ୍ରାଣ ଚାନ୍ଦ ପଣ୍ଡା ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହରୁ ରକ୍ଷା ନିମନ୍ତେ ବରିଷ୍ଠ ନାଗରିକ ଖରାରେ ବାହାରକୁ ନ ଯାଇ ଘରେ ରହିବା ସହ ବିଭିନ୍ନ ଉପଚାର କରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଅନୁଷ୍ଠାନ ବରିଷ୍ଠ ସଦସ୍ୟା ଶ୍ରୀମତୀ ଅନୁରାଧା ପଟ୍ଟନାୟକଙ୍କ ଦେହାନ୍ତରେ ଗଭୀର ଶୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅମର ଆତ୍ମାର ସଦଗତି କାମନା କରାଯାଇଥିଲା ।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଲଡୁକେଶ ମିଶ୍ରଙ୍କ ସମେତ ହାଡ଼ିବନ୍ଧୁ ମାଳି, ବିଜୟ କୁମାର ସାହୁ, ବନଓ୍ବାରୀ ପାତ୍ର, ଭିକାରୀ ଚରଣ ମହାପାତ୍ର, ସୁବାସ ଚନ୍ଦ୍ର ପାଢ଼ୀ, ଏସ୍. ଅଶୋକ କୁମାର ପାତ୍ର, ଇ. ଡିଲେଶୁ ରେଡ୍ଡୀ, ଶ୍ୟାମା ପ୍ରସାଦ, ଡ଼. ବିଜୟ ଚନ୍ଦ୍ର ମହାରଣା, ରବିନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଲଡୁକେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande