ସମଲେଶ୍ୱରୀ ମନ୍ଦିରରେ ଆଲୋକ ଓ ଶବ୍ଦ ପ୍ରଦର୍ଶନୀ
ସମ୍ବଲପୁର, ୧୮ ମେ (ହି.ସ.) - ଷୋଡ଼ଶ ଶତାବ୍ଦୀରେ ପ୍ରତିଷ୍ଠିତ ସମ୍ବଲପୁରର ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ପରିସରରେ ଆଲୋକ ଓ ଶବ୍ଦ ପ୍ରଦର୍ଶନୀ ପୁନର୍ବାର ଆରମ୍ଭ ହୋଇଛି । ଗତ ସେପ୍େଟମ୍ବର ମାସରୁ ଏହା ବନ୍ଦ ରହିଥିଲା । ଏଥିôପାଇଁ ଆବଶ୍ୟକ ବିଭିନ୍ନ ଯନ୍ତ୍ରାଂଶ ଓ ଉପକରଣ ସକାଶେ ସ୍ଥାୟୀ ବ୍ୟବସ୍ଥା ହେବା
ସମଲେଶ୍ୱରୀ ମନ୍ଦିରରେ ଆଲୋକ ଓ ଶବ୍ଦ ପ୍ରଦର୍ଶନୀ


ସମଲେଶ୍ୱରୀ ମନ୍ଦିରରେ ଆଲୋକ ଓ ଶବ୍ଦ ପ୍ରଦର୍ଶନୀ


ସମ୍ବଲପୁର, ୧୮ ମେ (ହି.ସ.) - ଷୋଡ଼ଶ ଶତାବ୍ଦୀରେ ପ୍ରତିଷ୍ଠିତ ସମ୍ବଲପୁରର ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ପରିସରରେ ଆଲୋକ ଓ ଶବ୍ଦ ପ୍ରଦର୍ଶନୀ ପୁନର୍ବାର ଆରମ୍ଭ ହୋଇଛି । ଗତ ସେପ୍େଟମ୍ବର ମାସରୁ ଏହା ବନ୍ଦ ରହିଥିଲା । ଏଥିôପାଇଁ ଆବଶ୍ୟକ ବିଭିନ୍ନ ଯନ୍ତ୍ରାଂଶ ଓ ଉପକରଣ ସକାଶେ ସ୍ଥାୟୀ ବ୍ୟବସ୍ଥା ହେବା ଉତାରୁ ଏହି ସୋ’ ଶୁକ୍ରବାର ସନ୍ଧ୍ୟାରେ ପୁଣି ଥରେ ଆରମ୍ଭ ହୋଇଛି । ଶ୍ରୀ ସମଲେଶ୍ୱରୀ ଟ୍ରଷ୍ଟବୋର୍ଡର ସଭାପତି ସଞ୍ଜୟ ବାବୁ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ସମଲେଶ୍ୱରୀ ଟେମ୍ପୁଲ୍ ଏରିଆ ମେନେଜମେଣ୍ଟ ଏବଂ ଲୋକାଲ ଇକୋନୋମିକ୍ ଇନିସିଏଟିଭ୍ (ସମଲେଇ) ପ୍ରକଳ୍ପରେ ଏହି ସୋ’ ଆରମ୍ଭ ହୋଇଥିଲା । ଏହି ସୋ’ର ଅବଧି ପ୍ରାୟ ୧୦ ମିନିଟ୍ ସମୟର ରହିବ ଓ ଏଥିରେ ସମଲେଶ୍ୱରୀ ମନ୍ଦିରର ଇତିହାସ, ପରମ୍ପରା, ଯାନିଯାତ୍ରା ଏବଂ ପଶ୍ଚିମଓଡ଼ିଶାର ସଂସ୍କୃତି ପ୍ରଦର୍ଶନ କରାଯିବା । ମନ୍ଦିରକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହା ଆଉ ଏକ ଦର୍ଶନୀୟ ସ୍ଥଳ ହେବ ।

ସୂଚନାଯୋଗ୍ୟ ଯେ, ସମଲେଇ ପ୍ରକଳ୍ପରେ ୪୨ ଏକର ଜମି ଉପଯୋଗ କରାଯାଇ ୨୦୦ କୋଟି ଟଙ୍କାରେ ସୌନ୍ଦର୍ଯ୍ୟକରଣ ସହିତ ଆଳତୀ ଘାଟ, ହାଟ, କେଫେ, ଭୋଗ ମଣ୍ଡପ, ୪ଟି ପ୍ରବେଶ ଦ୍ୱାର, ୱାଚ୍ ଟାୱାର, ରିଭର ଫ୍ରନଟ, ନିର୍ମାଣ ସହିତ ଐତିହ୍ୟ ପୁଷ୍କରିଣୀର ନବୀକରଣ କରାଯାଇଛି ।

ଏହି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟଆସନ୍ତା ବର୍ଷ ଫେବୃୟାରୀ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଶ୍ରୀ ବାବୁ ସୂଚନା ଦେଇଛନ୍ତି । ଉକ୍ତ ସୋ’ର ପାଣ୍ଡୁଲିପି ବର୍ତମାନ ଓଡ଼ିଆ ଭାଷାରେ ରହିଛି । ଏଥିରେ ସମ୍ବଲପୁରୀ ଓ ହିନ୍ଦୀକୁ ସାମିଲ୍ କରାଯିବ ବୋଲି ସେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande