ଘଟଗାଁ : ୧୮ ମଇ (ହି. ସ.)ହଜାର ହଜାର ପରିବାର ବସବାସ କରୁଥିବା ଭାଲୁକିପତଳା ରାସ୍ତାର ଦୟନୀୟ ଅବସ୍ଥା ସାଙ୍ଗକୁ ରାସ୍ତା ପାର୍ଶ୍ଵରେ ମୁକୁଳା ବିଦ୍ୟୁତ ସବଷ୍ଟେସନ ଯାତାୟାତ କରୁଥିବା ଛୋଟ ଛୋଟ ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଙ୍କ ସମେତ ଗାଇ ଗୋରୁ ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଅସରାଏ ବର୍ଷା ହେଲେ ଏହି ଖାଲ ଢିପ ରାସ୍ତାରେ ବର୍ଷା ଜଳ ଜମି ରହି ମରମ ରାସ୍ତା ଭ୍ରମ ସୃଷ୍ଟି ହୁଏ ଏବଂ ସାଇକେଲ, ଦୁଇଚକିଆ ଯାନ, ଓ ପଥଚାରି ଝୁଣ୍ଟି ଅପ୍ରୀତିକର ପରିସ୍ଥିତି ର ସମ୍ମୁଖୀନ ହେଉଛନ୍ତି । ସେହିଭଳି ଏହି ରାସ୍ତାର ୮ ନମ୍ବର ଲେନ ନିକଟସ୍ଥ ରାସ୍ତା ପାର୍ଶ୍ଵରେ ମୁକୁଳା ବିଦ୍ୟୁତ ସବଷ୍ଟେସନ ଯୋଗୁଁ ସ୍କୁଲ, ଟିଉସନ ଯାଉଥିବା ଛୋଟ ଛୋଟ ସ୍କୁଲ ପିଲା ଓ ଗାଈଗୋରୁ ମାନଙ୍କ ଜୀବନ ହାନିର ଆଶଙ୍କା ଲାଗିରହୁଛି । ଏଥିସହିତ ଦୈନିକ ହଜାର ଲୋକ ଯାତାୟତ କରୁଥିବା ଏହିରାସ୍ତା ଉପରେ ବାଲି, ମରମ ପ୍ରଭୃତି ଦିନ ଦିନ ଧରି ରଖିବା ଯୋଗୁଁ ରାସ୍ତାର ଓସାର ଚାରି ଭାଗରୁ ମାତ୍ର ଏକ ଭାଗ ରାସ୍ତା ଫାଙ୍କା ରହୁଛି, ଯାହାକି ଚାରି ଚକିଆ ଯାନଟିଏ ଆସିଲେ ପଥଚାରୀ ଓ ସାଇକେଲରୋହି ମାନେ ରାସ୍ତା ଜାମର ସମ୍ମୁଖୀନ ହେଉଛନ୍ତି, ଯାହାକି ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦୃଢ଼ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ