ଜୟପୁର, ୨୧ ମଇ (ହି.ସ.) - ଜନ୍ମ କଲା ମାଆ କୁ ହତ୍ୟା କଲା ନିଷ୍ଠୁର ପୁଅ। କାଠ ଫାଳିଆ ରେ ମାଆ ର ମୁଣ୍ଡକୁ ମାରି ହତ୍ୟା କଲା ସୈତାନ ପୁଅ।ଏଭଳି ଅତଭନୀୟ ଘଟଣା ଘିଟିଛି ବୋରିଗୁମ୍ମା ଥାନା ସାନପରିୟା ଅଂଚଳରେ । ମୃତ ମହିଳା ନିଳା ଗୌଡ଼ ବୋଲି ଜଣା ପଡ଼ିଛି। ତାଙ୍କର ବୟସ ୫୫ବର୍ଷ। ବୃଦ୍ଧା ବୟସରେ ମାଆ ର ସେବା କରିବା ପରିବର୍ତେ ମାଆର ଜୀବନ ନେଇଗଲା ସୈତାନ ପୁଅ। ହତ୍ୟା କା ପୁଅ ହେଲା ରୂପ ଧର ଗୌଡ଼।ନିଳା ଗୌଡ଼ ଙ୍କୁ ପୁତ୍ର ଆକ୍ରମଣ ବେଳେ ନିଳା କୁ ରକ୍ଷା କରିବାକୁ ଯାଇ ଅନ୍ୟ ଜଣେ ମହିଳା ଏବଂ ପୁଅ ଆହତ ହୋଇଛନ୍ତି। ଘଟଣା ସ୍ଥଳ ରେ ବୋରିଗୁମ୍ମା ପୋଲିସ ପହଂଚି ହତ୍ୟାକାରି ପୁଅକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ହିନ୍ଦୁସ୍ଥାନ ସମାଚାର / ପିକେପି