ଜୟପୁର, 11 ଜୁନ୍ (ହି.ସ.) ଜୟପୁର ଜଗନ୍ନାଥ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ । ଏକ ଶହ ଆଠ ହାଣ୍ଡିର ଜଳ, ପଇଡ, ନଡିଆ ପାଣିରେ ଚତୁଦ୍ଧାମୁତ୍ତି ସ୍ନାନ କରାଯାଇଥିଲା । ଶ୍ରୀଜିଉିଙ୍କୁ ଅନ୍ନ ଭୋଗଲାଗି କରାଯାଇ ରତ୍ନ ସିଂହାସନରୁ ଓହ୍ଲାଇ ଅଣାଯାଇଥିଲା । ସଂକିତ୍ତନ, ବାଜା ରେ ଶ୍ରୀଜିଉ, ପିତତପାବନ, ସୁର୍ଦଶନ ଙ୍କୁ ସାଢେ ୩ଟାରେ ସ୍ନାନ ମଣ୍ଡପ କୁ ବିଜେ କରାଯାଇଥିଲା । ସେଠାରେ ସ୍ନାନପରେ ଗଜାନନବେଶରେ ଦର୍ଶନ ଦେଇଥିଲେ ଶ୍ରୀଜିଉ । ସହରର ପରମ୍ପରା ଅନୁସାରେ ସୁନାରି ସାହି ବାସିନ୍ଦା ବଳଭଦ୍ର ଓ ସୁଭଦ୍ରାଙ୍କୁ, ସାମନ୍ତରା ସାହି ବାସିନ୍ଦା ଜଗନ୍ନାଥଙ୍କୁ ପହଣ୍ଡି କରାଇ ସ୍ନାନ ମଣ୍ଡପକୁ ଆଣିଥିଲେ । ସେଠାରେ ଶ୍ରୀଜିଉଙ୍କୁ ପଇଡ, ନଡିଆ ପାଣି, ଗଙ୍ଗା ଜଳରେ ସ୍ନାନ କରାଇଥିଲେ । ପରେ ଠାକୁରଙ୍କ ଗଜାନନ ବେଶ ହୋଇଥିଲା । ଠାକୁରଙ୍କ ଗଜାନନ ବେଶ ସହ ଦେବ ସ୍ନାନ ଦେଖିବାକୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ହାତରେ ନଡିଆ, କଦଳି ଧରି ପହଞ୍ଚିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଟାଉନ ପୋଲିସ ମୁତୟନ ହୋଇଥିଲେ । ଦେବୋତ୍ତର ବିଭାଗ ତରଫରୁ ସବୁ ବ୍ୟବସ୍ଥା କରାଯାଇଥିଲା । ଦେବ ସ୍ନାନ ସମୟରେ ଘଣ୍ଟ, ବାଜା, ହୁଳ ହୁଳି ସଂକିତ୍ତନ ମଣ୍ଡଳି ଙ୍କ ଗୀତରେ ପରିବେଶ ମୁଖରିତ ହୋଇଉଠିଥିଲା । ରାତ୍ରରେ ଅଣସରେ ଗୃହକୁ କୁ ଯାତ୍ରୀ କରିବେ କାଲିଠାରୁ ୩ ଠାକୁର ଜ୍ୱରରେ ପଡିବେ । ସେଠାରେ ୧୫ ଦିନ ଅଣସରେ ରହିବା ପରେ ନେତ୍ର ଉତ୍ସବ ଓ ନବଯୌବନ ବେଶରେ ଦର୍ଶନ ଦେଇ ଘୋଷଯାତ୍ରାରେ ବାହାରିବେ ଠାକୁର । ସେହିପରି ପୁରୁଣାଗଡ ସ୍ଥିତ ଜଗନ୍ନାଥ ମନ୍ଦିର ବାଟ ଜଗନ୍ନାଥପୁର ସ୍ଥିତ ଜଗନ୍ନାଥ ମନ୍ଦିର, ଆମ୍ବାଗୁଡା ସ୍ଥିତ ଜଗନ୍ନାଥ ମନ୍ଦିର , ବାରିଣିପୁଟ ସ୍ଥିତ ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରିତି ନିତି ଅନୁଯାଇ ଶ୍ରୀଜିଉଙ୍କୁ ଦେବସ୍ନାନ କରାଯାଇଛି । ---------------
ହିନ୍ଦୁସ୍ଥାନ ସମାଚାର / ପିକେପି