ବଲାଙ୍ଗିର, 11 ଜୁନ୍ (ହି.ସ.) ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଶ୍ରୀକ୍ଷେତ୍ର ଚାନ୍ଦ ମନ୍ଦିରରେ ଶ୍ରୀ ଜୀଉମାନଙ୍କର ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି । ସକାଳ ଘ.୧୦ ରୁ ଜୀଉମାନଙ୍କର ମହାସ୍ନାନ ଆରମ୍ଭ ହୋଇଥିଲା । କର୍ତ୍ତା ଭାବରେ ଚାନ୍ଦ ମନ୍ଦିର ପ୍ରତିଷ୍ଠାତା ସ୍ୱର୍ଗତ ପ୍ରଦୀପ ଚାନ୍ଦ ଙ୍କ ପୁତ୍ର ଆଲୋକ ଚାନ୍ଦ ଓ ତାଙ୍କ ସହଧର୍ମିଣୀ ଦିପ୍ତିମୟୀ ଚାନ୍ଦ ଶ୍ରୀ ଜୀଉମାନଙ୍କୁ ୧୦୮ କଳସ ସୁବାଷିତ ଜଳ ଢାଳି ରୀତିନୀତି ରେ ସ୍ନାନଯାତ୍ରା ସମାପନ କରିଥିଲେ । ସନ୍ଧ୍ୟା ଘ.୫ ରୁ ଶ୍ରୀ ଜୀଉମାନଙ୍କର ହାତୀ ବେଶ ଆରମ୍ଭ ହୋଇଥିଲା । ମହାପ୍ରଭୁଙ୍କୁ ହାତୀ ବେଶ ରେ ସଜାଇ ଥିଲେ ନିମାଇଁ ଚରଣ ହାତୀ, ସତ୍ୟନାରାୟଣ ଶତପଥି । ଗଜାନନ ବେଶରେ ଶ୍ରୀ ଜୀଉଙ୍କୁ ଦର୍ଶନ କଲେ ଜଣା ଅଜଣାରେ ଅର୍ଜିତ ସମସ୍ତ ପତକ ଖଣ୍ଡନ ହୋଇ କୋଟି ପୁନ୍ୟଫଳ ମିଳୁଥିବାର ବିଶ୍ୱାସ ରହିଛି । ଏଣୁ ରାତ୍ର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ହାତୀବେଶ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା । ଏହି ଅବସରରେ କମିଟି ପକ୍ଷରୁ କର୍ତ୍ତନ୍ୟ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସୁଧିର ଚାନ୍ଦ, ଦୀପକ ଚାନ୍ଦ, ରାଜିବ ମିଶ୍ର, ପଦ୍ମଲୋଚନ ଯୋଷୀ, ରଂଜିତ ପଣ୍ଡା, ମହେନ୍ଦ୍ର ବାଗ, ଛାୟାକାନ୍ତ ସାହୁ, ଶିବ ଶଙ୍କର ନାୟକ, ସମ୍ବିତ ପତି, ଅଶୋକ ଚାନ୍ଦ, ଅନିଲ ଠାକୁର, ଜୟକୃଷ୍ଣ ପଟେଲ ଓ ମନ୍ଦିର ପୂଜକ କୃଷ୍ଣଚନ୍ଦ୍ର ମିଶ୍ର ସହଯୋଗ କରି ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ