ଭୁବନେଶ୍ୱର, 11 ଜୁନ୍ (ହି.ସ.)
- ରାଜ୍ୟରେ ହଟିଲା ପାର୍ଟ ପ୍ଲଟ୍ ବିକ୍ରି ପାଇଁ ସମସ୍ତ କଟକଣା । ଏନେଇ ସୂଚନା
ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ‘ଝିଅ ବାହାଘର ଓ ଉଚ୍ଚ
ଶିକ୍ଷା ପାଇଁ ଟଙ୍କା ଯୋଗାଡ଼ ସମସ୍ୟା ହଟିଲା । ‘୫ ହଜାର ୨୦୦ ବର୍ଗଫୁଟ୍ର
ପାର୍ଟ ପ୍ଲଟ୍ ବିକ୍ରି କଟକଣା ହଟିଲା । ଷ୍ଟେକ୍ ହୋଲଡର୍ଙ୍କୁ ଆଖି ଆଗରେ ରଖି ବ୍ୟବସ୍ଥା
କରାଯାଇଛି । କୃଷି ଜମି ଉପରେ ସମସ୍ତ କଟକଣା ହଟିଛି । କେବଳ ଘର ବାଡ଼ି ଜମିରେ କଟକଣା ରହିଛି । ଖୁବଶୀଘ୍ର
ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍ ନେଇ ବାଟ ଫିଟିବ ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା