ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି, ଦୁଇ ଦିନରେ ଶତାଧିକ ଆକ୍ରାନ୍ତ
ଭୁବନେଶ୍ୱର, 11 ଜୁନ୍ (ହି.ସ.) ''ଖାଦ୍ୟ ବିଷପ୍ରକ୍ରିୟାକରଣ ଯୋଗୁଁ ଝାଡ଼ାବାନ୍ତି ହୋଇଛି''- ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ - ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି, ଦୁଇ ଦିନରେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି । ଯୁବକ, ଶିଶୁ, ମହିଳା, ବୟସ୍କ ସବୁ ବର୍ଗର
ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି, ଦୁଇ ଦିନରେ ଶତାଧିକ ଆକ୍ରାନ୍ତ


ଭୁବନେଶ୍ୱର, 11 ଜୁନ୍ (ହି.ସ.)

'ଖାଦ୍ୟ ବିଷପ୍ରକ୍ରିୟାକରଣ ଯୋଗୁଁ ଝାଡ଼ାବାନ୍ତି ହୋଇଛି'-

ଜନସ୍ବାସ୍ଥ୍ୟ

ନିର୍ଦ୍ଦେଶକ

- ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି, ଦୁଇ ଦିନରେ ଶତାଧିକ ଆକ୍ରାନ୍ତ

ହୋଇଛନ୍ତି । ଯୁବକ, ଶିଶୁ, ମହିଳା,

ବୟସ୍କ

ସବୁ ବର୍ଗର ଲୋକେ ଆକ୍ରାନ୍ତ ହୋଇଛନ୍ତି । ଦୁଇ ମୁନିସପାଲିଟି,

ଧର୍ମଶାଳା,

ରସୁଲପୁର,

କୋରେଇ,

ଦାନଗଦିରେ

ବ୍ୟାପିଛି । ଯାଜପୁର ରୋଡ୍‌ ଓ ଦାନଗଦିରେ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ସାରିଛି । ସମସ୍ତ

ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଓ ଅନ୍ୟାନ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଯାଜପୁର ଛାଡ଼ାବାନ୍ତି ଘଟଣାରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି । 'ଖାଦ୍ୟ ବିଷପ୍ରକ୍ରିୟାକରଣ

ଯୋଗୁଁ ଝାଡ଼ାବାନ୍ତି ହୋଇଛି ବୋଲି ସେ କହିଛନ୍ତି । ୨୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ

ଆକ୍ରାନ୍ତ ହୋଇଛନ୍ତି । ୪୦ରୁ ୫୦ ଜଣ ସୁସ୍ଥ ହୋଇ ଫେରିଛନ୍ତି,

ଜଣଙ୍କ ମୃତ୍ୟୁ ହୋଇଛି । ତଦନ୍ତ ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ୨୦ ଜଣଙ୍କୁ କଟକ ଏସ୍‌ସିବି

ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ରାଜ୍ୟସ୍ତରୀୟ ୨ଟି ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି

ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande