ସ୍ନାନ ବେଦୀରେ ଚତୁର୍ଦ୍ଧାମୂରତି
ଭୁବନେଶ୍ୱର, 11 ଜୁନ୍ (ହି.ସ.)- ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ଶ୍ରୀମନ୍ଦିର ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ସ୍ନାନବେଦୀରେ ବିଜେ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବ
ସ୍ନାନ ବେଦୀରେ ଚତୁର୍ଦ୍ଧାମୂରତି


ଭୁବନେଶ୍ୱର, 11 ଜୁନ୍ (ହି.ସ.)- ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି।

ଶ୍ରୀମନ୍ଦିର ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ସ୍ନାନବେଦୀରେ ବିଜେ

ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ ।

ଦିବ୍ୟ ସ୍ନାନ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ।

ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ସାରିବା ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ର,

ମହାପ୍ରଭୁ

ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ଭକ୍ତମାନେ ହାତୀବେଶରେ ଦର୍ଶନ କରିବେ।

ଆଜି ସୁରୁଖୁରୁ ମହାପ୍ରଭୁଙ୍କ ହାତୀବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ। ହଜାର ହଜାର ଭକ୍ତ

ସାହାଣମେଲା ପରେ ଦର୍ଶନ କରିବାର ସୁବିଧା ରହିଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ

ଶଙ୍କର ସ୍ୱାଇଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande