ଭୁବନେଶ୍ୱର, 13 ଜୁନ୍ (ହି.ସ.)
- ପିଇବା ପାଣିରୁ
ବ୍ୟାପି ଥାଇପାରେ ଡ଼ାଇରିଆ । ଲ୍ୟାବ ରିପୋର୍ଟ ଆସିବାପରେ ସ୍ପଷ୍ଟ ହେବ । ସ୍ୱାସ୍ଥ୍ୟ ବିଭାଗକୁ
ରିପୋର୍ଟ ଦେଲେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ଏ ଯାଏଁ 5 ଜଣ ମୃତ୍ୟୁବରଣ କରିଥିବା
ବେଳେ 245 ଚିକିତ୍ସାଧୀନ
ଅଛନ୍ତି । ଆଗୁଆ ମୌସୁମୀ ଏହାର କାରଣ । ତେଣୁ ସମସ୍ତଙ୍କୁ କୁହାଯାଉଛି ଭଲ ପାଣି ବ୍ୟବହାର
କରନ୍ତୁ । ଭଣ୍ଡାରୀ ପୋଖରୀକୁ ଡାକ୍ତରୀ ଟିମ ପଠାଯାଇଛି ।
ଅନ୍ୟପଟେ ଯାଜପୁର ଡାଇରିଆ
ବ୍ୟାପିବା ନେଇ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ବୈଠକରେ ସ୍ୱାସ୍ଥ୍ୟ ସଚିବଙ୍କ
ସହ ଜନ ସ୍ୱାସ୍ଥ୍ୟ ନିର୍ଦେଶକ, ସ୍ୱାସ୍ଥ୍ୟ ନିର୍ଦେଶକ ଓ ଡିଏମଇଟି ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା