ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍ ଠାରେ ଆୟୋଜିତ ଜିଲ୍ଳା ସ୍ତରୀୟ ବିକାଶ ମେଳାରେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ
ଭୁବନେଶ୍ୱର, 13 ଜୁନ୍ (ହି.ସ.) - ସରକାରର ସେବା, ସୁଶାସନ ଓ ସଫଳତାର ୧ ବର୍ଷ ପୂର୍ତ୍ତିକୁ ନେଇ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍ ଠାରେ ଆୟୋଜିତ ଜିଲ୍ଳା ସ୍ତରୀୟ ବିକାଶ ମେଳାର ଏକ ବିଶେଷ ମୁହୂର୍ତ୍ତରେ ଜିଲ୍ଲାର ବିଭିନ୍ନ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଭତ୍ତା ବଣ
ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍     ଠାରେ ଆୟୋଜିତ ଜିଲ୍ଳା ସ୍ତରୀୟ ବିକାଶ ମେଳାରେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ


ଭୁବନେଶ୍ୱର, 13 ଜୁନ୍ (ହି.ସ.)

- ସରକାରର ସେବା,

ସୁଶାସନ ଓ ସଫଳତାର ୧ ବର୍ଷ ପୂର୍ତ୍ତିକୁ ନେଇ ଗଞ୍ଜାମ

ଜିଲ୍ଲା ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍ ଠାରେ ଆୟୋଜିତ ଜିଲ୍ଳା ସ୍ତରୀୟ ବିକାଶ ମେଳାର ଏକ ବିଶେଷ

ମୁହୂର୍ତ୍ତରେ ଜିଲ୍ଲାର ବିଭିନ୍ନ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ,ପେନସନ କାର୍ଡ, ଶ୍ରମ କାର୍ଡ, ପଞ୍ଜିକୃତ ନିର୍ମାଣ

ଶ୍ରମିକ ମାନଙ୍କୁ ସହାୟତ ରାଶି,ରାସନ କାର୍ଡ ବଣ୍ଟନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ଅବସରରେସୁଭଦ୍ରା ଶକ୍ତି ମେଳାରେ ପାରମ୍ପରିକ ଖାଦ୍ୟ

ପ୍ରସ୍ତୁତିରେ ଉତ୍ତମ ପ୍ରଦର୍ଶନ କରାଥିବା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପୁରସ୍କୃତ,

ଆୟୁଷ୍ମାନ ବୟୋ ବନ୍ଦନ ଯୋଜନା କାର୍ଡ଼ ବଣ୍ଟନ,

ଭୂମିହୀନଙ୍କୁ ପଟ୍ଟା ବଣ୍ଟନ,ଭିନ୍ନକ୍ଷମ ମାନଙ୍କୁ ସହାୟତା ଉପକରଣ ବଣ୍ଟନ‌ କରିବା ସହ ଆଜିର ଏହି

ଶୁଭ ଅବସରରେ ଗଞ୍ଜାମ ମାଟି ପାଇଁ ଶିକ୍ଷା କ୍ଷେତ୍ରରେ ଗୌରବ ଆଣିଥିବା ପ୍ରତିଭାଙ୍କୁ ସମ୍ମାନିତ

ଓ ଓଡିଆ ସପ୍ତାହ ପାଳନରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରଶଂସା ପତ୍ର

ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମ ଅବସରରେ ମତ୍ସ୍ୟ,

ପଶୁସମ୍ପଦ ବିକାଶ,ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ

ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମାନନୀୟା ଆସ୍କା ଲୋକସଭା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ,

ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ. ଅନିଲ୍ କୁମାର,

ମାନ୍ୟବର ଆସ୍କା ବିଧାୟକ ଶ୍ରୀ ସରୋଜ କୁମାର ପାଢ଼ୀ,

ମାନ୍ୟବର ଚ଼ିକିଟି ବିଧାୟକ ଶ୍ରୀ ମନୋରଞ୍ଜନ

ଦ୍ୟାନସାମନ୍ତରାୟ, ମାନ୍ୟବର

ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ମାନ୍ୟବର ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ,

ମାନ୍ୟବର ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ,

ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ,

ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ

ସମେତ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande