ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପରେ ନିମ୍ନମାନର କାମ ଦେଖି ଅଫିସରଙ୍କୁ ତାଗିଦ୍ କଲେ ପରିବହନ ମନ୍ତ୍ରୀ
ଭୁବନେଶ୍ୱର, 13 ଜୁନ୍ (ହି.ସ.)- ନବରଙ୍ଗପୁର ଠାରେ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପରେ ନିମ୍ନମାନର କାମ ଦେଖି ଅଫିସରଙ୍କୁ ତାଗିଦ୍ କଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଡ୍ରେନ ନିର୍ମାଣ କାମରେ ଅନିୟମିତତା ନେଇ ଅଭିଯୋଗ କରିଥିଲେ ସ୍ଥ
ଇନ୍ଦ୍ରାବତୀ ଜଳସେଚନ     ପ୍ରକଳ୍ପରେ ନିମ୍ନମାନର କାମ ଦେଖି ଅଫିସରଙ୍କୁ ତାଗିଦ୍ କଲେ ପରିବହନ ମନ୍ତ୍ରୀ


ଭୁବନେଶ୍ୱର, 13 ଜୁନ୍ (ହି.ସ.)- ନବରଙ୍ଗପୁର

ଠାରେ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପରେ ନିମ୍ନମାନର କାମ ଦେଖି ଅଫିସରଙ୍କୁ ତାଗିଦ୍ କଲେ ପରିବହନ

ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଡ୍ରେନ ନିର୍ମାଣ କାମରେ

ଅନିୟମିତତା ନେଇ ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା । ଯାହାକୁ ନେଇ ସ୍ଥିତି ଅନୁଧ୍ୟାନ

କରିବାକୁ ସ୍ପଟ୍ ଉପରକୁ ଯାଇଥିଲେ ମନ୍ତ୍ରୀ । ନିମ୍ନ କାମରେ ଦେଖିବା ପରେ ଜଳସେଚନ ବିଭାଗ

ଯନ୍ତ୍ରୀ ସରୋଜକାନ୍ତ ଦାସଙ୍କ ଠାରୁ ଜବାବ ମାଗିବା ସହ ତାଗିଦ କରିଥିଲେ ପରିବହନ ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande