ଡେରାଡୁନ, 14 ଜୁନ୍ (ହି.ସ.)
- ଭାରତୀୟ ସେନା ଏକାଡେମୀରେ କଠୋର
ପ୍ରଶିକ୍ଷଣ ନେଇଥିବା 451 ଜଣ ସାହସୀ କ୍ୟାଡେଟ୍ ଆଜି ପାସ୍ ଆଉଟ୍ ହୋଇଛନ୍ତି। ପାସିଂ ଆଉଟ୍
ପେରେଡରେ ଶେଷ ଚରଣ ପାର୍ କରିବା ସହିତ 419 ଜଣ କ୍ୟାଡେଟ୍ ଭାରତୀୟ ସେନାର ଅଂଶ ପାଲଟିଛନ୍ତି । ଏହାସହିତ
32 ଜଣ ବିଦେଶୀ କ୍ୟାଡେଟ୍ ମଧ୍ୟ ପାସ୍ ଆଉଟ୍ ହୋଇଛନ୍ତି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ
ଶ୍ରୀଲଙ୍କା ସେନାର କମାଣ୍ଡର୍ ଲେଫ୍ଟିନେଣ୍ଟ ଜେନେରାଲ୍ ବି.କେ.ଜି.ଏମ. ଲସନ୍ଥା ରୋଡ୍ରିଗୋ ପେରେଡ୍ର
ରିଭ୍ୟୁଂ ଅଫିସର୍ ପରେଡ ସଲାମୀ ଗ୍ରହଣ କରିଛନ୍ତି।
ଆଇଏମଏର ଚେଟୱୁଡ୍ ବିଲ୍ଡିଂର ଡ୍ରିଲ୍ ସ୍କ୍ୱାୟର୍ରେ ଆଜି ସକାଳେ ଆର୍ମି ବ୍ୟାଣ୍ଡର ସଙ୍ଗୀତରେ
ଆଡଭାନ୍ସ କଲ୍ ସହିତ ଦେଶର ଭବିଷ୍ୟତ୍ ନେତୃତ୍ୱ ନେବାକୁ ପ୍ରସ୍ତୁତ ସେନା ଅଧିକାରୀ ଉତ୍ସାହ ଓ
ଆତ୍ମବିଶ୍ୱାସ ସହିତ ପେରେଡ୍ ପାଇଁ ପହଞ୍ଚିଥିଲେ। କମ୍ପାନୀ ସାର୍ଜେଣ୍ଟ ମେଜର ଡ୍ରିଲ୍ ସ୍କ୍ୱାୟର୍ରେ
ନିଜ-ନିଜ ସ୍ଥାନ ଗ୍ରହଣ କରିଥିଲେ। ଏହା ପରେ ପେରେଡ୍ କମାଣ୍ଡର୍ ଡ୍ରିଲ୍ ସ୍କ୍ୱାୟର୍ରେ ନିଜ
ସ୍ଥାନ ଗ୍ରହଣ କରିଥିଲେ । ‘ମାର୍କର୍ସ କଲ୍’
ସହିତ
ପେରେଡ୍ର ଆରମ୍ଭ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା