ରଜ ପର୍ବର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ, 14 ଜୁନ୍ (ହି.ସ.)- ରଜ ପର୍ବର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଷ୍ଟ୍ରପତି କହିଛନ୍ତି ଯେ, ''ରଜ'' ଉପଲକ୍ଷେ ମୁଁ ମୋର ପ୍ରିୟ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି । ରାଷ୍ଟ୍ରପତି କହ
ରଜ ପର୍ବର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି


ନୂଆଦିଲ୍ଲୀ, 14 ଜୁନ୍ (ହି.ସ.)- ରଜ ପର୍ବର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ରାଷ୍ଟ୍ରପତି କହିଛନ୍ତି ଯେ, 'ରଜ'

ଉପଲକ୍ଷେ

ମୁଁ ମୋର ପ୍ରିୟ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି ।

ରାଷ୍ଟ୍ରପତି କହିଛନ୍ତି ଯେ , ବର୍ଷାଋତୁ ଆଗମନରେ ମାଟି ମା'କୁ ସମ୍ମାନ ଜଣାଇ

ପିଠାମିଠା, ଦୋଳି ଓ ବାଗୁଡ଼ି ଖେଳ ଏବଂ ପାନ ଓ ବ୍ୟଞ୍ଜନର ଆୟୋଜନ ମଧ୍ୟରେ

ଓଡ଼ିଶାର ପୁରପଲ୍ଲୀରେ ଏହି କୃଷିଭିତ୍ତିକ ଗଣପର୍ବ ତିନି ଦିନ ଧରି ପାଳନ କରାଯାଏ । ଏଥିରୁ ଆମେ

ପ୍ରକୃତି ସହିତ ମିଳିମିଶି ଚଳିବାର ପ୍ରେରଣା ଗ୍ରହଣ କରିବା ଉଚିତ । ରଜ ପର୍ବ ଅବସରରେ ମୁଁ

ରାଜ୍ୟ ତଥା ଦେଶବାସୀଙ୍କ ସୁଖ ସମୃଦ୍ଧି କାମନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande