ସିକଲସେଲ ବିରୋଧୀ ସଚେତନତା ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର, 19 ଜୁନ୍ (ହି.ସ.) - ଆଜି ହେଉଛି ବିଶ୍ୱ ରକ୍ତ ଶିକୁଳି ଦିବସ । ଏହି ଅବସରରେ ସିକଲସେଲ ବିରୋଧୀ ସଚେତନତା ବ୍ୟାପକ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସିକଲସେଲ ବା
ସିକଲସେଲ ବିରୋଧୀ ସଚେତନତା     ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ


ଭୁବନେଶ୍ୱର, 19 ଜୁନ୍ (ହି.ସ.)

- ଆଜି ହେଉଛି

ବିଶ୍ୱ ରକ୍ତ ଶିକୁଳି ଦିବସ । ଏହି ଅବସରରେ ସିକଲସେଲ ବିରୋଧୀ ସଚେତନତା ବ୍ୟାପକ କରିବାକୁ

ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସିକଲସେଲ ବା ରକ୍ତ ଶିକୁଳି ରୋଗ ନିରାକରଣରେ ଓଡ଼ିଶା ଏକ ନୂତନ

ଉଦାହରଣ ସୃଷ୍ଟି କରିଛି । ଗୋଟିଏ ନମୁନାରେ ସିକଲସେଲ ଓ ଥାଲାସେମିଆ ଦୁଇଟି ରୋଗର ଚିହ୍ନଟ

କରିବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ।

ମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ, ବିଶ୍ୱ ସିକଲସେଲ ଦିବସରେ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ,

ସିକଲସେଲ ବିରୋଧୀ ସଚେତନତା ବ୍ୟାପକ କରି ମାନନୀୟ

ପ୍ରଧାନମନ୍ତ୍ରୀଙ୍କ ୨୦୪୭ ସୁଦ୍ଧା ସିକଲସେଲ ମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ସହଭାଗୀ ହେବା । ଏକ ସୁସ୍ଥ, ସଶକ୍ତ ଓ ସମୃଦ୍ଧ ଓଡ଼ିଶା ନିର୍ମାଣ ଆମର ଲକ୍ଷ୍ୟ ହେଉ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande