ସମାଜସେବାରେ ନିଜକୁ ସମର୍ପିତ କରିଥିଲେ ନିରଞ୍ଜନ ରଥ - ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,ଜୁନ ୨୦ (ହି.ସ.)- ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ବିଶିଷ୍ଟ
ସମାଜସେବୀ ନିରଞ୍ଜନ ରଥଙ୍କ ଅକାଳ ବିୟୋଗ ଖବରରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା
ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଶୋକବାର୍ତ୍ତା କହିଛନ୍ତି ଯେ ଶ୍ରୀ ନିରଞ୍ଜନ ରଥଙ୍କ ଅକାଳ ବିୟୋଗ ଖବର ଶୁଣି
ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ସାଧାରଣ, ମିଷ୍ଟଭାଷୀ ଓ ପରୋପକାରୀ
ମଣିଷ ଥିଲେ । ବିଭିନ୍ନ ପଦ ପଦବୀରେ ଥାଇ ମଧ୍ୟ ତାଙ୍କର ଜୀବନଶୈଳୀ ଥିଲା ବହୁତ ସରଳ । ଅନେକ
ସମୟରେ ତାଙ୍କ ସହ ମୋର ଦେଖା ସାକ୍ଷାତ୍ ହୋଇଛି । ‘ନ୍ୟାୟବତୀ’
ନାମକ
ଏକ ପତ୍ରିକାର ସଂସ୍ଥାପକ ଓ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ଲୋକସେବକ
ମଣ୍ଡଳରେ ଯୋଗଦେଇ ଦୈନିକ ‘ସମାଜ’ର ସମ୍ପାଦକ,
ପ୍ରକାଶକ
ଓ ମୁଦ୍ରାକର ଭାବରେ ତାଙ୍କର ଯୋଗଦାନ ଥିଲା ଅତୁଳନୀୟ । ଜିମ୍ସାରର ଅଧ୍ୟକ୍ଷ,
‘ସମାଜ’
ରିଲିଫ
କମିଟିର ମୁଖ୍ୟ, ସହିତ ବିଭିନ୍ନ ସେବାମୂଳକ ଅନୁଷ୍ଠାନ ସହିତ ସମ୍ପୃକ୍ତ ଥିଲେ । ଜଣେ
ନିଷ୍ଠାବାନ ବ୍ୟକ୍ତି ଭାବରେ ବେଶ୍ ସୁନାମ ଅର୍ଜନ କରିଥିଲେ ।
ସାମ୍ବାଦିକତା, ଓକିଲାତି କରିବା ସହିତ ସମାଜସେବାରେ ସେ ଯେଉଁ ନିଜର ସ୍ୱତନ୍ତ୍ର
ପରିଚୟ ସୃଷ୍ଟି କରିଥିଲେ, ତାହା ଚିର ସ୍ମରଣୀୟ ହୋଇରହିବ । ଶ୍ରୀ
ପ୍ରଧାନ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା
ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା