ବିନା ଫୁଡ୍ ଲାଇସେନ୍ସରେ ଖୋଲିଛି ଶତାଧିକ ହୋଟେଲ ଓ ଦୋକାନ ବଢୁଛି ଝାଡାବାନ୍ତି ଭୟ, ସିଲ୍ କରୁନି ପ୍ରଶାସନ, କେବଳ ଚଢ଼ଉରେ ସୀମିତ
ଜୟପୁର, ୨୦ ଜୁନ୍ (ହି.ସ.)- କୋରାପୁଟ ଜିଲାରେ ଦାୟିତ୍ୱହୀନ ପାଲଟିଛି ଖାଦ୍ୟ ନିରାପତ୍ତା ଓ ଜନସ୍ୱାସ୍ଥ୍ୟ ବିଭାଗ । ବିନା ଫୁଡ ଲାଇସେନ୍ସରେ କୋରାପୁଟ ଜିଲାର ଜୟପୁର, କୋରାପୁଟ, ସେମିଳିଗୁଡା, କୋଟପାଡ ବଜାର ସମେତ ଗାଁ ଯାଏଁ ଖୋଲିଛି ଛତୁ ଫୁଟିବା ଭଳି ଖାଦ୍ୟ ବିକ୍ରି ଠେଲା ଗାଡି, ଦୋକାନ, ହୋଟେଲ ଓ
ବିନା ଫୁଡ୍ ଲାଇସେନ୍ସରେ ଖୋଲିଛି ଶତାଧିକ ହୋଟେଲ ଓ ଦୋକାନ ବଢୁଛି ଝାଡାବାନ୍ତି ଭୟ, ସିଲ୍ କରୁନି ପ୍ରଶାସନ, କେବଳ ଚଢ଼ଉରେ ସୀମିତ


ଜୟପୁର, ୨୦ ଜୁନ୍ (ହି.ସ.)- କୋରାପୁଟ ଜିଲାରେ ଦାୟିତ୍ୱହୀନ ପାଲଟିଛି ଖାଦ୍ୟ ନିରାପତ୍ତା ଓ ଜନସ୍ୱାସ୍ଥ୍ୟ ବିଭାଗ । ବିନା ଫୁଡ ଲାଇସେନ୍ସରେ କୋରାପୁଟ ଜିଲାର ଜୟପୁର, କୋରାପୁଟ, ସେମିଳିଗୁଡା, କୋଟପାଡ ବଜାର ସମେତ ଗାଁ ଯାଏଁ ଖୋଲିଛି ଛତୁ ଫୁଟିବା ଭଳି ଖାଦ୍ୟ ବିକ୍ରି ଠେଲା ଗାଡି, ଦୋକାନ, ହୋଟେଲ ଓ ରେସ୍ତୁ୍ରାଣ୍ଟ । ଖାଦ୍ୟ ବିକ୍ରି କରୁଥିବା ଏହି ଦୋକାନୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି । ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ବିନା ଫୁଡ ଲାଇସେନ୍ସରେ କିମ୍ବା ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଥିବା ଦୋକାନ, ଚାଟ, ଗୁପଚୁପ, ଦହିବରା, ମିଷ୍ଟାନ୍ନ ଭଣ୍ଡାର, ଫାଷ୍ଟ ଫୁଡ, ପାଣି ଫାକ୍ଟ୍ରି ପ୍ରଭୃତି ସିଲ କରାଯିବା କଥା । ଏଥିସହ ବିକ୍ରି ଖାଦ୍ୟ ଜବତ କରି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଜରିମାନା ଓ କାର୍ଯ୍ୟନୁଷ୍ଠାନ ହେବା କଥା । କିନ୍ତୁ କୋରାପୁଟ ଜିଲାରେ ଥିବା ମୁଖ୍ୟ ବଜାର ଉପରେ ଶତାଧିକ ବେଆଇନ ଖାଦ୍ୟ ବିକ୍ରି ଦୋକାନ ଖୋଲିଛି ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହେଉନି ସେଠାରେ, ତେଣୁ ଗ୍ରାମାଞ୍ଚଳ କଥା ନକହିବା ଭଲ । ବର୍ତମାନ ସାରା ରାଜ୍ୟରେ ଝାଡାବାନ୍ତି ଆକ୍ରାନ୍ତ ଦେଖାଯିବା ପରେ ଶୋଇ ରହିଥିବା ବିଭାଗ ହଠାତ ଚେଇଁ ଉଠିଛି । ଝାଡାବାନ୍ତି ବ୍ୟାପିବାର କାରଣ ଖୋଜିବା ସହିତ ବିଷାକ୍ତ ଖାଦ୍ୟ ପାଇଁ ଏହା ସନ୍ଦେହ କରି ବିକ୍ରି ହେଉଥିବା ଖାଇବା ଅନୁପଯୋଗୀ ଖାଦ୍ୟ ଓ ପାଣିର ନମୁନା ସଂଗ୍ରହ କରୁଥିବା ଜଣାଯାଇଛି । ଏ ପର୍ଯ୍ୟନ୍ତ ଚଢଉ ଜୋରସୋରରେ ହେଉନାହିଁ କି ଆକ୍ସନ ମୋଡ଼କୁ ପ୍ରଶାସନ ଆସିପାରିଲା ନାହିଁ । ବିନା ଫୁଡ ଲାଇସେନ୍ସରେ ଅନେକ ବ୍ୟବସାୟୀ ବିଭିନ୍ନ ପ୍ରକାର ପ୍ୟାକେଟ ଖାଦ୍ୟ ବିକ୍ରି କରୁଛନ୍ତି । ଖାଦ୍ୟକୁ ଆକର୍ଷଣୀୟ କରିବା ନିମନ୍ତେ ହାନିକାରକ ରଙ୍ଗ, ସ୍ୱାଦ ସାଙ୍ଗକୁ ଖାଦ୍ୟକୁ ଅଧିକ ସମୟ ସତେଜ ରଖିବାକୁ ରାସାୟନିକ ମିଶ୍ରଣ କରାଯାଉଛି । ଏହାକୁ ଖାଇ ଲୋକେ ଝାଡାବାନ୍ତିରେ ପଡୁଛନ୍ତି । ହେଲେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଅସାଧୁ ମେଣ୍ଟ ଏହାର କାରଣ ହୋଇଛି । ଯାହା ଅସନ୍ତୋଷର ବିଷୟ ହୋଇଛି । ଅଭିଯୋଗ ହେଲେ ଖାଦ୍ୟ ନିରାପତ୍ତା ଅଧିକାରି ଧର୍ମକୁ ଆଖିଠାର ସଦୃଶ ଚଢଉ କରି ନିଜ ଦାୟିତ୍ୱ ସମ୍ପାଦନ କରୁଥିବା ଲକ୍ଷ୍ୟ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande