ସୋନପୁର ମାରୱାଡ଼ି ଯୁବା ମଂଚ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ- ୩୭ ୟୁନିଟ ରକ୍ତ ସଂଗ୍ରହ
ସୁବର୍ଣ୍ଣପୁର, ୨୦ ଜୁନ୍‌(ହି.ସ.) – ଅଲ୍ ଓଡିଶା ମାରୱାଡ଼ି ଯୁବା ମଂଚ ପକ୍ଷରୁ ଆଜି ସୋନପୁର ମାରୱାଡ଼ି ଧର୍ମଶାଳା ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ସୁବର୍ଣ୍ଣପୁର ଏସ୍‌ପି ଶ୍ରୀ ନାରାୟଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରି ଆୟୋଜକ ଓ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲ
ସୋନପୁର ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ*- *୩୭ ୟୁନିଟ ରକ୍ତ ସଂଗ୍ରହ*


ସୋନପୁର ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ*- *୩୭ ୟୁନିଟ ରକ୍ତ ସଂଗ୍ରହ*


ସୋନପୁର ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ*- *୩୭ ୟୁନିଟ ରକ୍ତ ସଂଗ୍ରହ*


ସୁବର୍ଣ୍ଣପୁର, ୨୦ ଜୁନ୍‌(ହି.ସ.) – ଅଲ୍ ଓଡିଶା ମାରୱାଡ଼ି ଯୁବା ମଂଚ ପକ୍ଷରୁ ଆଜି ସୋନପୁର ମାରୱାଡ଼ି ଧର୍ମଶାଳା ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ସୁବର୍ଣ୍ଣପୁର ଏସ୍‌ପି ଶ୍ରୀ ନାରାୟଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରି ଆୟୋଜକ ଓ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଯୁବା ମଂଚର ସଭାପତି ରଜତ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସା ଲୟର ଏଡିଏମଓ ଡ଼ା ଦୁର୍ଗାଦତ ଦାଶ, ଯୁବା ମଂଚ ସଂପାଦକ ଅଙ୍କିତ ଅଗ୍ରୱାଲ, ପ୍ରାନ୍ତୀୟ ଉପାଧ୍ୟକ୍ଷ ଅଙ୍କିତ ଅଗ୍ରୱାଲା, ମାରୱାଡ଼ି ସମାଜ ସଭାପତି ଗୋପାଳ ଭୁତ, ମହିଳା ସମିତି ସଭାପତି ମିନା ଅଗ୍ରୱାଲ, ବ୍ଲଡ କନଭେନର୍ ରାଘବ ଅଗ୍ରୱାଲା ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସୋନପୁର କଲେଜ୍ ଏନ୍ ସି ସି ଲେଫ୍ଟେନେଂଟ ଆଶିଷ କୁମାର ଅଗ୍ରୱାଲ ସଭା ସଂଯୋଜନା କରି ଅତିଥି ପରିଚୟ କରିଥିଲେ। ଯୁବା ମଂଚ ତଥା ମାରୱାଡି ସମାଜର ବରିଷ୍ଠ ନନ୍ଦୁ କମାଣି, ମନୋଜ୍ ଅଗ୍ରୱାଲା, ଶେଖର ଭୁତ, ପ୍ରହଲ୍ଲାଦ ଅଗ୍ରୱାଲା, ଅମିତ୍ ଅଗ୍ରୱାଲା ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

ସାରା ଭାରତରେ ଆଜି ୭୦୦ ଗୋଟି ଶାଖାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିବା ବେଳେ ସୋନପୁର ଜିଲ୍ଲା ଶାଖାର ମେଗା ରକ୍ତ ଦାନ ଶିବିରରେ ଆଜି ଜିଲ୍ଲାର ବିଶିଷ୍ଟ ସମାଜସେବୀ ତଥା ଆୟୋଜକ ଓ ରକ୍ତ ଦାତାଙ୍କ ପ୍ରେରଣା ଦାତା ଭାବରେ ଶ୍ରୀ ଶ୍ରୀବତ୍ସ ମଲ୍ଲିକଙ୍କୁ ମୁଖ୍ୟ ଅତିଥି ସୁବର୍ଣ୍ଣପୁର ଏସପି ନାରାୟଣ ନାୟକଙ୍କ ଦ୍ୱାରା ସମ୍ବର୍ôଧତ କରାଯାଇଥିଲା କ୍ଷ ସେହିପରି ସାରା ବିଶ୍ୱକୁ ସ୍ୱଚ୍ଛତା ଓ ସର୍ବଧର୍ମ ସମନ୍ୱୟର ବାର୍ତା ପହଂଚାଉଥିବା ତଥା ରକ୍ତ ଦାତା ଙ୍କ ଉତ୍ସାହ ଦାତା ସ୍ୱଚ୍ଛ ଭାରତ ସଙ୍ଗଠନ ସଭାପତି ଶୟଦ୍ ଅଲି ମୂଲ ଇସଲାମ, ଜିଲ୍ଲା ରେ ସମସ୍ତ ପ୍ରକାର ସେବା କାର୍ଯ୍‌ଯ ରେ ଅଂଶଗ୍ରହଣ ତଥା ଅଗ୍ରଣୀ ଭୂମିକା ନିଭାଇ ଥିବା ମହିଳା ସେଚ୍ଛାସେବୀ ଭାବେ ଇନ୍ଦୁ ମତି ପୁରୋହିତ, ମନ୍ଦୀର ମାଳିନୀ ସହରର ମନ୍ଦିର ମାନଙ୍କ ସୁରକ୍ଷା ଓ ଶୃଙ୍ଖଳା ତଥା ଚାଷୀଙ୍କ ପାଇଁ ଉତ୍ସର୍ଗୀକୃତ ସେବା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ରହି ଥିବା ବୈକୁଣ୍ଠ ଶତପଥି, ଓ ସ୍ୱଚ୍ଛତା, ରକ୍ତ ଦାନ, ଯୋଗ, ପରିବେଶ ତଥା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତମ ସେବା ପାଇଁ ପ୍ରମୋଦ କୁମାର ସାହୁ ଓ ସମସ୍ତ ରକ୍ତଦାତାଙ୍କୁ ଏସପି ଶ୍ରୀ ନାୟକ ଓ ଯୁବା ମଂଚ ରାଜ୍ୟ କର୍ମକର୍ତାଙ୍କ ଦ୍ୱାରା ସମ୍ବର୍ôଧତ କରାଯାଇଥିଲା। ସହର ର ବହୁ ବୁଦ୍ଧିଜୀବି, ସମାଜ ସେବୀ ଓ ମିଡିଆ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମୁଦୟ ୩୭ ୟୁନିଟ୍ ମଧ୍ୟରୁ ୧୦ ଜଣ ଏନ୍ ସି ସି କ୍ୟାଡେଟ୍ସ ଓ ୮ ଜଣ ମହିଳା ରକ୍ତ ରକ୍ତଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande