ଭଦ୍ରକ, ୨୦ ଜୁନ୍ (ହି.ସ.) - ବନ୍ୟା, ବାତ୍ୟା ଭଳି ବିଭିନ୍ନ ପ୍ରାକୃତିକ ବିପତିରୁ ନିଜକୁ ରକ୍ଷା କରିବା ସହ ଗାଁ ଗଣ୍ଡା ର ତଳିଆ ଅଂଚଳରେ ରହୁଥିବା ପରିବାରକୁ କିପରି ତୁରନ୍ତ ସୁରକ୍ଷା ଯୋଗାଇ ଦିଆଯାଇ ପାରିବ ସେଥିପାଇଁ ଜିଲ୍ଲାପ୍ରଶାସନ ଆନୁକୁଲ୍ୟ ରେ ଗୁରୁବାର ଦିନ ଧାମନଗର ବ୍ଲକ ଅର୍ଜୁନପୁର ପଂଚାୟତ ର ବାଲିପାଟଣା ସ୍ଥିତ ଜୟକିଷାନ ନୋଡାଲ ହାଇସ୍କୁଲ ପରିସରରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ଏକ ମକଡ୍ରିଲ ଅଭ୍ୟାସ କାର୍ଯ୍ୟକ୍ରମ କରାଯାଇଥିଲା ଆୟୋଜିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ଧାମନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନବିହାରୀ ଦିନ୍ଦା. ବ୍ଲକ ର ଯନ୍ତ୍ରୀ ଦିଲୀପ ପଣ୍ଡା ,ସରପଂଚ ସରିତା ମହାନ୍ତି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଯୁବ ସ୍ୱେଛାସେବୀ ଓ ଜନ ସାଧରଣ ଙ୍କୁ ବନ୍ୟା ବାତ୍ୟା ସମୟରେ କିପରି ସଜାଗ ହେବାସହ ମୁକାବିଲା କରିପାରିବା ଓ ସାମ୍ପ୍ରତିକ ପରିସ୍ଥିତି ରେ ଦେଖାଦେଇଥିବା ହଇଜା କୁ କିପରି ମୁକାବିଲା କରାଯାଇପାରିବ ସେବିଶୟ ରେ ଉପସ୍ଥିତ ଜନସାଧାରଣ ଓ ସଭ୍ୟ ଙ୍କୁ ସଚେତନ କରାଇ ଥିଲେ। ପରେ ଓଡ୍ରାଫ ତରଫରୁ ଆସିଥିବା କର୍ମଚାରୀ ଯୁବ ସ୍ୱେଛାସେବୀ ମାନଙ୍କୁ ଉପୁଡି ପଡିଥବା ଗଛ କାଟିବା, ଗର୍ଭବତୀ ଓ ବୃଦ୍ଧ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା, ଆବଶ୍ୟକ ସ୍ଥଳେ ଲାଇଟ ଜଳାଇବା ଭଳି ବିଭିନ୍ନ ପ୍ରସ୍ତୁତି ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ତେବେ ଧାମନଗର ବ୍ଲକ ବାଲିପାଟଣା , ବୟାଙ୍ଗଡିହ, ବମକୁରା, ରଇପୁର ଓ ପଧାନୀ ଠାରେ ଥିବା ବହୁ ମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଥିବାବେଳେ ସେଠାରେ ଥିବା ଆବଶ୍ୟକୀୟ ଯନ୍ତ୍ରପାତି ନଷ୍ଟ ହେବାକୁ ବସିଲାଣି ।ଅନେକ ଜାଗାରେ ପାଣି, ଲାଇଟି ନାହିଁ ,ଜେନେରେଟର ଖରାପ ଇତ୍ୟାଦି ଥିବା ବେଳେ ଲୋକଦେଖାଣିଆ ଭାବରେ ବର୍ଷ ର ଥରେ ଏପରି ସଚେତନ କାର୍ଯ୍ୟକ୍ରମ କରାଯାଉଛି। ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ