ଚାନ୍ଦବାଲିରେ ବିକାଶ ବାହାନ ଯାତ୍ରାର ଶୁଭାରମ୍ଭ
ଭଦ୍ରକ, ୨୦ ଜୁନ୍ (ହି.ସ.) - ଓଡିଶା ସରକାରଙ୍କ ଏକ ବର୍ଷ ପୂର୍ତି ଅବସରରେ ସରକାରଙ୍କର ବିଭିନ୍ନ ଯୋଜନ ବିଷୟରେ ଲୋକମାନଙ୍କୁ ଅବଗତି କରାଇବା ପାଇଁ ଚାନ୍ଦବାଲି ବିଜ୍ଞାପିତ ଅଫିସ ଠାରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ ହୋଇଯାଇଛି। ଏହି ବିକାଶ ବାହନ ଗାଡି ଚାନ୍ଦବାଲି ବିଜ୍ଞାପିତ ଅଂଚଳ ପରିଷଦ ସହରାଂଚଳର
CHANDBALI BIKASH BAHAN YATRA


ଭଦ୍ରକ, ୨୦ ଜୁନ୍ (ହି.ସ.) - ଓଡିଶା ସରକାରଙ୍କ ଏକ ବର୍ଷ ପୂର୍ତି ଅବସରରେ ସରକାରଙ୍କର ବିଭିନ୍ନ ଯୋଜନ ବିଷୟରେ ଲୋକମାନଙ୍କୁ ଅବଗତି କରାଇବା ପାଇଁ ଚାନ୍ଦବାଲି ବିଜ୍ଞାପିତ ଅଫିସ ଠାରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ ହୋଇଯାଇଛି। ଏହି ବିକାଶ ବାହନ ଗାଡି ଚାନ୍ଦବାଲି ବିଜ୍ଞାପିତ ଅଂଚଳ ପରିଷଦ ସହରାଂଚଳରେ ପରିକ୍ରମା କରାଯିବା ସହ ବିଗତ ୧ବର୍ଷ ମଧ୍ୟରେ ବିଜେପି ସରକାର ଙ୍କ ଅବଦାନ ଉପରେ ସାଧାରଣ ଜନତା ଙ୍କୁ ଅବଗତ କରାଇବ।ଆଜିର ଏହି ବିକାଶ ବାହନ ଗାଡି ଶୁଭ ଉଦ୍ଘାଟନ ମାନନୀୟ ଅଧ୍ୟକ୍ଷା ଶାନ୍ତିଲତା ସେଠି ଙ୍କ ଦ୍ୱାରା ହୋଇଥିବା ବେଳେ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷ ଚାନ୍ଦବାଲି କାର୍ଯ୍ୟାଳୟରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଏକବର୍ଷ ପୂର୍ତି ଅବସରରେ ଜନ କଲ୍ୟାଣକାରୀ ଯୋଜନା ବିଷୟରେ ଲୋକଙ୍କୁ ସୂଚନା ମଧ୍ୟ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande