ଖୋର୍ଦ୍ଧା, ୨୦ ଜୁନ୍ (ହି.ସ.) - ଶୁକ୍ରବାର ହାବେଳୀ ପଡିଆ ନିକଟରେ ଆଦର୍ଶ ଥାନା ପୋଲିସର ଚଢ଼ାଉ କରି ୨ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ୫ ମୋବାଇଲ,୪ବାଇକ ଜବତ କରିବା ସହ ୫ଜଣକୁ ଗିରଫ କରିଛି। ଗିରଫ ମାନେ ହେଲେ ଖୋର୍ଦ୍ଧା ସହର ଶ୍ରିବିହାରର ଗଣେଶ ପ୍ରଧାନ ଓରଫ ବୁବୁ, ମେଣ୍ଢାଶାଳ ହରିଡାମଡାର ବିକାଶ ବେହେରା, ମୁକୁନ୍ଦ ପ୍ରସାଦ ଜେନା ସାହିର ନବଘନ ଜେନା, ଗଡଖୋର୍ଦ୍ଧା ସଡ଼କ ସାହିର ସର୍ବେଶ୍ୱର ଶ୍ରୀଚନ୍ଦନ,ମୁକୁନ୍ଦ ପ୍ରସାଦ ମୁସଲିମ ସାହିର ମହରୁଦ୍ଦିନ୍ ଖାନ। ପୋଲିସ ସୁଚନା ମୁତାବକ ଶୁକ୍ରବାର ମଧ୍ୟାହ୍ନରେ ହବେଳି ପଡିଆ ନିକଟରେ ବ୍ରାଉନ ସୁଗାର କାରବାର ହେଉଥିବା ନେଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ ଏମାନଙ୍କ ଠାରୁ ୨୦ଗ୍ରାମ ବ୍ରାଉନ ସୁଗାର ଯାହାର ମୂଲ୍ୟ ୨ଲକ୍ଷ ଟଙ୍କା, ୧୩୦୦ଟଙ୍କା ସମେତ ୫ମୋବାଇଲ,୪ବାଇକ ଜବତ କରିବା ସହ ୫ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।ତେବେ ଏମାନଙ୍କ ଜାମିନ ନା ମଞ୍ଜୁର ହେବାରୁ ଖୋର୍ଦ୍ଧା ଉପ - କାରାଗାରକୁ ପଠାଇ ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର/ରାକେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ରାକେଶ