ପାଣିକୋଇଲି ମା ତାରିଣୀ ମହାବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଯୋଗ ଦିବସ
କୋରେଇ, ୨୧ ଜୁନ୍ (ହି.ସ.) - ବିଶ୍ୱ ଯୋଗ ଦିବସ ଅବସରରେ ପାଣିକୋଇଲି ମା ତାରିଣୀ ମହାବିଦ୍ୟାଳୟରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଛି । ମା ତାରିଣୀ ଡିଗ୍ରୀ ମହହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚନ୍ଦ୍ରକାନ୍ତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଆଲୋଚନା ସଭା ଓ ଯୋଗାଭ୍ୟାସ କରାଯାଇଥିଲା । ଉକ୍ତ ଯୋ
ପାଣିକୋଇଲି ମା ତାରିଣୀ ମହାବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଯୋଗ ଦିବସ


କୋରେଇ, ୨୧ ଜୁନ୍ (ହି.ସ.) - ବିଶ୍ୱ ଯୋଗ ଦିବସ ଅବସରରେ ପାଣିକୋଇଲି ମା ତାରିଣୀ ମହାବିଦ୍ୟାଳୟରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଛି । ମା ତାରିଣୀ ଡିଗ୍ରୀ ମହହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚନ୍ଦ୍ରକାନ୍ତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଆଲୋଚନା ସଭା ଓ ଯୋଗାଭ୍ୟାସ କରାଯାଇଥିଲା । ଉକ୍ତ ଯୋଗ ଶିବିରରେ ବରିଷ୍ଠ ଅଧ୍ୟାପକ ଡକ୍ଟର ପ୍ରତାପ ଚନ୍ଦ୍ର ତ୍ରିପାଠୀ , ଅଧ୍ୟାପିକା ପାର୍ବତୀ ନାଥ, ସାଗରିକା ନାଥ, ସତ୍ୟବ୍ରତ ଦାଶ, ରଶ୍ମୀରଂଜନ ମହାପାତ୍ର, ଅଜିତ ଜେନା, ରଶ୍ମିତା ଧଳ, ପ୍ରମୋଦ କୁମାର ମିଶ୍ର, ବିପିନ ବିହାରୀ ଦାସ, ରମେଶ ଚନ୍ଦ୍ର ମହାକୁଡ, ଶୁଭକାନ୍ତ ପାତ୍ର, କଳ୍ପନା ପଣ୍ଡା, କାଦମ୍ବନୀ ରାଉଳ, ସୀମା ତରାଇ, ସୁବାସିନୀ ପୃଷ୍ଟି, ସତ୍ୟଜିତ ମହାନ୍ତି ପ୍ରମୁଖ ଶିକ୍ଷା ଦେଇଥିଲେ । ଶେଷରେ ଯୋଗଗୁରୁ ଅଲେଖ ପ୍ରସାଦ ସାହୁ ଯୋଗର ଉପକାରିତା ଓ ଆବଶ୍ୟକତା ସର୍ମ୍ପକରେ ଆଲୋଚନା କରାଯାଇଥିଲ । ସେହିପରି ପାଣିକୋଇଲି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟତ୍ରୀ ଗାୟତ୍ରୀ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୋଗ ଶିବର କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଯୋଗଦେଇଥିଲେ । ବରିଷ୍ଠ ଶିକ୍ଷକ ପ୍ରତାପ ଚନ୍ଦ୍ର ପହୀ, କ୍ରୀଡା ଶିକ୍ଷକ କାହ୍ନୁ ଚରଣ ନାୟକ, ପଙ୍କଜ କୁମାର ସାହୁ, ପ୍ରଫୁଲ୍ଲ କୁମାର ଦାଶ, ପ୍ରଫୁଲ୍ଲ କୁମାର ବେହେରା, ଶ୍ରମତୀ ସୁଧାଂଶୁବାଳ ଦାଶଙ୍କ ସମେତ ଅନ୍ୟ ଶିକ୍ଷକ ମାନେ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande