ରାଉରକେଲା,୨୧ ଜୁନ୍ (ହି.ସ.)- ମାଛରେ
କେମିକାଲ, ଫଳରେ କେମିକାଲ, ଚାଉଳରେ ପାଉଡର, ଡାଲିରେ ପାଉଡର, ତେଲରେ କେମିକାଲ, ପରିବାରେ କେମିକାଲ ମଣିଷ ତେବେ କଣ ଖାଇ ରହିବ
ସୁସ୍ଥ, ରୋଗୀ କଣ ଖାଇ ସୁସ୍ଥ
ହେବ କୁହନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରୀ ବୋଲି ସାଧାରଣରେ ଏବେ ପ୍ରଶ୍ନ ହେଉଛି ।ରାଜ୍ୟର ପ୍ରତି ଡିପୋରେ ଏସବୁ ଜିନିଷ ବିକ୍ରୀ ପୂର୍ବରୁ ପୁଳା ପୁଳା କେମିକାଲ ବୋଳାଯାଇ ସେଗୁଡିୁକୁ ଅଧିକ ଦିନ ସତେଜ ରଖାଯାଇ ଲୋକଙ୍କୁ ବିକ୍ରୀ କରାଯାଉଛି ।ବିଶେଷ କରି ମାଛ ବଜାରରେ ଏସବୁ କେମିକାଲ ରୁପି ବିଷର ବ୍ୟବହାର ଅଧିକ
ହେଉଛି । ରାଉରକେଲା ସହର
ଡେଲିମାର୍କେଟରେ ରହିଛି ଫଳ
ଓ ମାଛର ଗୋଦାମ । ସେଠାରେ ସକାଳୁ ବେପାରୀ ମାନେ ବାହାରୁ ଆସୁଥିବା ମାଛ ଓ ଫଳକୁ ଅଧିକ
ଦିନ ସତେଜ ରହିବା ଲାଗି କେମିକାଲ ପାଣିରେ ବୁଡାଇ କିମ୍ବା ସ୍ଫ୍ରେ କରି ବଜାରକୁ ଆଣିଥାନ୍ତି ସେଠାରୁ ଛୋଟ ଛୋଟ ବେପାରୀ କିଣି ଅନ୍ୟାନ୍ୟ ଅଁଚଳକୁ
ନେଇଯାଇଥାନ୍ତି ।ସେଠାରେ ସେମାନେ ବିକିବା ସହ ବଳିଯାଉଥିବା ଫଳ
ଓ ମାଛକୁ ପୁଣି କେମିକାଲ ଦେଇ ଶେଷ ହେବା ଯାଏ ସତେଜ ରଖିଥାନ୍ତି । ଏଭଳି କାରବାର
ଦ୍ୱାରା ମାଛ ସେମାନଙ୍କର ନଷ୍ଟ ହୋଇନଥାଏ ଲୋକେ କେମିକାଲ ଦିଆ ମାଛକୁ ଆଣି ବିନା ସ୍ୱାଦର ମାଛ ତରକାରୀ ଖାଇ ନିଜ
ଗାଁର ମାଛକୁ ମନେପକାଇ ଚୁପ ରୁହନ୍ତି ଓ କେମିକାଲ ଗ୍ରହଣ
କରି ରୋଗକୁ ଧିରେ ଧିରେ କିଣି ଥାନ୍ତି ।ଠିକ ସେହିଭଳି ବଜାରକୁ ଆସୁଥିବା କଦଳୀ ସବୁବେଳେ ଟାଇଟ ହୋଇ ରହିଥାଏ ଓ ପାଚିଲା ଥାଏ,
ଏହାର କାରଣ ହେଲା ତାହା କେମିକାଲ ପାଣିରେ ବୁଡା ହୋଇ ରହିଥାଏ । ସେହିଭଳି
ଅନ୍ୟାନ୍ୟ ଫଳ ଅଂଗୁର, ସେଓ,
ନାସପାତି, କମଳା ଆଜିକାଲି ବଜାରରେ
ମିଳୁଥିବା କାରବାଇଡ ଦିଆ ଆମ୍ବ ଓ ଅନ୍ୟାନ୍ୟ ଫଳ
ସବୁ କିଛି ସତେଜେମିତି ସାଙ୍ଗେ ସାଙ୍ଗେ ଗଛରୁ ତୋଳି ଆଣିବା ଭଳି ଦେଖାଯାଇଥାଏ ।ଏ ଫଳକୁ ନେଇ
ଘରେ କିଛି ଦିନ ରଖିବା ପରେ ସେଥିରୁ ଫେଣ ବାହାରି ଅଧା ପଚିଲା ଭଳି ହୋଇଯାଇଥାଏ । ବିଦେଶରୁ
ଆସୁଥିବା ଫଳ ଗୁଡିକରେ ଅଧିକ
କେମିକାଲ ଦିଆଯାଇଥାଏ କାରଣ ସେଗୁଡିକ ଅଧିକ ଦିନ ରହିବ ଓ ବେପାରୀକୁ ଲାଭ
ଦେବ । ତେବେ ଏଠି
ବିଚାର କରନ୍ତୁ ଯେଉଁ ଫଳ ସବୁ ବଜାରରେ
ମିଳୁଛି ସେ ସବୁର ସ୍ଥିତି
ଯଦି ଏଭଳି ତେବେ ଜଣେ ସୁସ୍ଥ ମଣିଷ ଏହାକୁ ଖାଇ ସୁସ୍ଥ ହେବ ନା ଅଧିକ ରୋଗାଗ୍ରସ୍ତ ହେବ ? ଆମେ ଡାକ୍ତରଖାନାକୁ ରୋଗୀ ଲାଗି ଫଳ ଟିକିଏ ନେଇ
କରି ଯାଇଥାନ୍ତି, ସେହି ଫଳର ଅବସ୍ଥା ଯଦି ଏଇଆ ତେବେ ସେ ରୋଗୀର ଆମେ
କିଭଳି ସେବା କଲେ ତାହା ବିଚାର କରନ୍ତୁ । ସେ ଓଡିଶାର
ଭୁବନେଶ୍ୱର ହେଉ ଅବା ରାଉରକେଲା ସବୁ ଯାଗାରେ ଏଭଳି କେମିକାଲର ଲେପ ଦେଇ ଫଳ ବେପାରୀ ଓ
ମାଛ ବେପାରି ସେମାନଙ୍କ ବେପାର ଚଳାଇଛନ୍ତି, ଏସବୁକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଫୁଡ ଇନ୍ସପେକ୍ଟର ମାନେ ଦେଖିବା କଥା, ରାଜ୍ୟ ସରକାର ପ୍ରତି ପୌରପାଳିକା ମହାନଗରରେ ଜଣେ ଦୁଇଜଣ ଇନ୍ସପେକ୍ଟର ରଖିଛନ୍ତି, ତା ସାଙ୍ଗକୁ ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ରହିଛନ୍ତି କିନ୍ତୁ କାମ ପୁରାଓଲଟା,
କାରଣ ବାବୁ ବାବୁଆଣି ମାନେ ମାସିକିଆ ଏହି ସବୁ ବେପାରୀ ମାନଙ୍କ ପାଖରୁ ଖୁସି ହୋଇଥାନ୍ତି ତେଣିକି
ଲୋକେ ମଲେ କେତେ ଗଲେ କେତେ ସେମାନଙ୍କର ଯାଏ କେତେ ଆସେ କେତେ ? ରାଜ୍ୟରେ ଯଦି କର୍କଟ ରୋଗ ବଢୁଛି ଓ ଅନ୍ୟାନ୍ୟ ପେଟ
ରୋଗ ବଢୁଛି ତେବେ ଏସବୁ ଲାଗି ଏହି କେମିକାଲ ଗୁଡିକ ମୁଖ୍ୟ କାରଣ ବୋଲି କେତେକ ଡାକ୍ତର ମତ ଦେଇଛନ୍ତି । ଏଭଳି ସ୍ଥିତି
ଲାଗି ଆଜିକାଲି ଦେଶୀ ମାଛ ଯାହାକି ବଂଚିଥାଏ ତାକୁ
କିଛି ଲୋକେ ଅଧିକ ପସନ୍ଦ କରିଥାନ୍ତି ।ଲୋକାଲ ଫଳ ମଧ୍ୟ ଲୋକେ
ଖୋଜିଥାନ୍ତି, କିନ୍ତୁ ସେଓ କଦଳୀରେ ଲୋକେ ବାଧ୍ୟ
ହୋଇ ମନକୁ ବୁଝାଇ ଥାନ୍ତି କାରଣ ଯାହା ବି ଯେଉଁ ଯାଗାରୁ
ଆପଣ ନିଅନ୍ତୁ ସେଥିରେ କେମିକାଲ ବୋଳା ନିଶ୍ଚୟ ରହିଥାଏ ।ରାଜ୍ୟରେ ଫଳ ଓ ମାଛରେ
ଯଦି ଏଭଳି ସ୍ଥିତି ତେବେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବ ବିଚାର
କରନ୍ତୁ ଆମ ରାଜ୍ୟର ଲୋକେ
ପ୍ରତିଦିନ ଖାଉଥିବା ଖାଦ୍ୟକୁ ନେଇ କେତେ ବିପଦରେ ରହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ