ମ୍ୟାଲେରିଆ ଓ ଡାଇରିଆ ନିରାକରଣ ନେଇ ସଚେତନତା କାର୍ଯ୍ୟକ୍ରମ
ଜୟପୁର, ୨୩ ଜୁନ୍ (ହି.ସ.)- ସାରା ରାଜ୍ୟରେ ଡାଇରିଆ ଆତଙ୍କ ଖେଳାଇ ଦେଇଛି । ଏନେଇ କୋରପୁଟ ଜିଲାରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । କୋରାପୁଟ ଜିଲାରେ ମ୍ୟାଲେରିଆ ଓ ଡାଇରିଆ ନିରାକରଣ ନେଇ ପ୍ରତ୍ୟେକ ଗ୍ରାମରେ ସ୍ୱାସ୍ଥ୍ୟ କର୍ମି, ଆଶା, ଅଙ୍ଗନବାଡି କର୍ମିମାନେ ବୁଲି
ମ୍ୟାଲେରିଆ ଓ ଡାଇରିଆ ନିରାକରଣ  ନେଇ ସଚେତନତା କାଯ୍ୟକ୍ରମ


ଜୟପୁର, ୨୩ ଜୁନ୍ (ହି.ସ.)- ସାରା ରାଜ୍ୟରେ ଡାଇରିଆ ଆତଙ୍କ ଖେଳାଇ ଦେଇଛି । ଏନେଇ କୋରପୁଟ ଜିଲାରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । କୋରାପୁଟ ଜିଲାରେ ମ୍ୟାଲେରିଆ ଓ ଡାଇରିଆ ନିରାକରଣ ନେଇ ପ୍ରତ୍ୟେକ ଗ୍ରାମରେ ସ୍ୱାସ୍ଥ୍ୟ କର୍ମି, ଆଶା, ଅଙ୍ଗନବାଡି କର୍ମିମାନେ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି । ଜୟପୁର ବ୍ଲକର ୩୪୦ ଗ୍ରାମରେ ୨୧୫ ଜଣ ଆଶା ଦିଦି ରାତ୍ର ୭ ହୋଇଗଲେ ଘଣ୍ଟ ମାରି ମଶାରି ଟାଣି ଶୋଇବାକୁ ଲୋକ ମାନଙ୍କୁ ସଚେତନ କରୁଛନ୍ତି । ମଶା ଦାଉରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଗ୍ରାମରେ ଆଶା ଦିଦି ମାନେ ଘଣ୍ଟ ମାରି ଲୋକଙ୍କୁ ସଚେତନ କରିବା ସହ ସ୍ୱାସ୍ଥ୍ୟ କର୍ମି ମାନେ ଘର ଘର ବୁଲି ଖାଇବା ପୂର୍ବରୁ କିପରି ହାତ ଧୋଇବେ ସେନେଇ ସଚେତନ କରୁଛନ୍ତି । ପାଣିକୁ ଅଧ ଘଣ୍ଟା ଫୁଟାଇ କିମ୍ବା ୧ ଲିଟର ପାଣିରେ ଗୋଟିଏ ହାଲୋଜେନ୍ ବଟିକା ମିଶାଇ ଅଧଘଣ୍ଟା ପରେ ପିଅନ୍ତୁ, ଖାଦ୍ୟ ପ୍ରସ୍ତୁତି ତଥା ଖାଇବା ପୁବରୁ ଏବଂ ଝାଡାଯିବା ପରେ ହାତକୁ ଭଲଭାବରେ ସାବୁନରେ ସଫା କରନ୍ତୁ, ବାହାରେ ଝାଡା ନଫେରି କେବଳ ପାଇଖାନା ବ୍ୟବହାର କରନ୍ତୁ । ଖୋଲାରେ ବିକ୍ରି ହେଉଥିବା ବାହାର ଖାଦ୍ୟ ଖାଆନ୍ତୁ ନାହିଁ , ବାସି, ପଚାଷଢା ଫଳ, ପନିପରିବା ଖାଆନ୍ତୁ ନାହିଁ, ମାଛି ବସିନଥିବା ତଟକା ଖାଦ୍ୟ ଖାଆନ୍ତୁ, ପିଇବା ପାଣି ପାତ୍ର ରେ ହାତ ନବୁଢାଇ ଡଙ୍କି ବ୍ୟବହାର କରନ୍ତୁ, ଦୁଷିତ ଓ ଅପରିଷ୍କାର ପାଣିରେ କୁଳି କରନ୍ତୁ ନାହିଁ , ଡାଇରିଆ ହେଲେ ରାଗିଙ୍କୁ ବାରମ୍ବାର ଓଆରଏସ, ଦ୍ରବଣ ପିଇବାକୁ ଦିଅନ୍ତୁ ଏବଂ ତୁରନ୍ତ ଡାକ୍ତରଖାନା ନିଅନ୍ତୁ, ବିଳମ୍ବ ହେଲେ ରୋଗୀର ଜୀବନ ସଙ୍କଟାପନ୍ନ ହୋଇପାରେ ବୋଲି ସଚେତନ କରାଯାଉଛି । ତଳ ସ୍ତରରେ ଆବଶ୍ୟକତା ଅନୁସାରେ କ୍ୟାମ୍ପ କରି ସେବା ଯୋଗାଇବାକୁ ନିଷ୍ପତ୍ତି ହୋଇଛି । ଅତ୍ୟଧିକ ରୋଗୀ ଚିହ୍ନଟ ସ୍ଥାନ ଗୁଡିକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ଯେମିତି ମଶା ତେଲ ଛିଞ୍ଚନ, ଧୂଆଁ ପ୍ରୋୟୋଗ କରୁଥିବା ମେସିନ ଉପଯୋଗ କରାଯିବ । ଦୀର୍ଘ ସ୍ଥାୟୀ କୀଟନାଶକ ମଶାରୀ ସହ ସଫେଇ କାର୍ଯ୍ୟ ତ୍ୱରାନିତ୍ୱ କରିଯାଉଛି । ନୀଚ ଜାଗାରେ ପାଣି ଜମୁଥିବା ସ୍ଥାନ ଗୁଡିକ ସମତୁଲ ଏବଂ ଆବର୍ଜନାକୁ ଜନ ବସ୍ତି ଠାରୁ ତୁରନ୍ତ ଦୂରେଇ ପକେଇବା ଭଳି ପଦକ୍ଷେପ ଗ୍ରହଣ କରାଯାଉଛି । ମୁଣ୍ଡ ବଥା ତଥା ଜ୍ୱର ହେଲେ ବି ଡେଙ୍ଗୁ ମ୍ୟାଲେରିଆ ପାଇଁ ଟେଷ୍ଟିଙ୍ଗ ପରିମାଣ ବଢେଇବା ଉପରେ ଗୁରୁତ୍ୱ ଦିଆଯାଇଛି । ସମସ୍ତ ଅଙ୍ଗନବାଡି ଦିଦି ମାନଙ୍କୁ ଏଥି ନିମନ୍ତେ ପ୍ରଶିକ୍ଷଣ ଦେବା ସହ ଗାଁ ଓ ସହରର ସମସ୍ତ ପ୍ରାନ୍ତ ସଫା କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ତୃଣମୂଳ ସ୍ତରରେ ଜନସଚେତନତା ସୃଷ୍ଟି କରି ଏହାର ନିରାକରଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଦୀର୍ଘ ସ୍ଥାୟୀ କୀଟନାଶକ ମଶାରୀ ବଣ୍ଟନ ଓ ଏହାର ଉପଯୁକ୍ତ ବ୍ୟବହାର ଲୋକଙ୍କୁ ସଚେତନ ହେଲେ ମ୍ୟାଲେରିଆ ଓ ଡାଇରିଆ ରୋଗକୁ ମୁକାବିଲା କରାଯାଇ ପାରିବ ବୋଲି ରାବଣାଗୁଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି ।

ଜୟପୁର ବ୍ଲକର ମେଡିକାଲ ଅଫିସର ସ୍ୱାସ୍ତିକ ମହଲା, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରି ଧରିତ୍ରି ମୁଦୁଲି ସଚେତନତା କାର୍ଯ୍ୟକ୍ରମର ତଦାରଖ କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande